୩.୬ କୋଟି ଭାରତୀୟ ସହିବେ ବନ୍ୟା ଦାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସମୁଦ୍ର ଜଳପତନ ବୃଦ୍ଧି ହେବା ବିଶ୍ୱରେ ଏକ ଆତଙ୍କିତ ଅବସ୍ଥା ସୃଷ୍ଟି କରିସାରିଛି । ସମୁଦ୍ରର ଜଳପତନ ବଢ଼ିବା କାରଣରୁ ବହୁ ଅଞ୍ଚଳ ନିଶ୍ଚିହ୍ନ ହେବାର ଆଶଙ୍କା ରହିଛି । କିଛି ସହର କେବଳ ନୁହେଁ କିଛି ଦେଶ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ବିଶେଷଜ୍ଞମାନେ କରୁଛନ୍ତି । ତେବେ ଏହି ସାମୁଦ୍ରିକ ଜଳପତନ ବୃଦ୍ଧି ହେବା ଯୋଗୁଁ ବନ୍ୟା ପରିସ୍ଥିତି ବିଭିନ୍ନ ଦେଶରେ ଏକ ବଡ଼ ତଥା ନିୟମିତ ସମସ୍ୟା ଆକାରରେ ଦେଖାଦେବ ବୋଲି ଏକ ସର୍ଭେ ରିପୋର୍ଟ ବତାଇଛି । ଏଥିରେ କୁହାଯାଇଛି ୨୦୫୦ ମସିହା ସୁଦ୍ଧା ଭାରତର ୩.୬ କୋଟି ଲୋକ ପ୍ରତିବର୍ଷ ବନ୍ୟାର ଦାଉ ସହୁଥିବେ । ଆଉ ୨୧୦୦ ମସିହା ବେଳକୁ ବନ୍ୟା ପ୍ରକୋପରେ ପ୍ରପୀଡ଼ିତ ହେଉଥିବା ଭାରତୀୟଙ୍କ ସଂଖ୍ୟା ୪.୪ କୋଟି ହୋଇଯାଇଥିବ । ଏକ ବିଜ୍ଞାନ ପତ୍ରିକା ନେଚର କମୁ୍ୟନିକେଶନରେ ଏ ବାବଦରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନର ବିଶ୍ୱ ଜଳବାୟୁ ଉପରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ବିଂଶ ଶତାବ୍ଦୀରେ ସମୁଦ୍ର ଜଳସ୍ତର ୧୧ରୁ ୧୬ ସେଣ୍ଟିମିଟରକୁ ବଢ଼ିଛି । ଏକବିଂଶ ଶତାବ୍ଦୀ ଶେଷ ହେଲା ବେଳକୁ ଏହା ୨ମିଟରକୁ ଛୁଇଁସାରିଥିବ ବୋଲି ଆଶଙ୍କା କରାଯାଉଛି । ଏହି ସମୁଦ୍ର ଜଳପତନ ବୃଦ୍ଧି କାରଣରୁ ବହୁ ଦେଶ ଗମ୍ଭୀର ବନ୍ୟାର ସାମ୍ନା କରିବାକୁ ଯାଉଥିଲା ବେଳେ ଏ ଦିଗରେ ଏପର୍ଯ୍ୟନ୍ତ ଦୃଷ୍ଟି ଦିଆଯାଇନାହିଁ ବୋଲି ଏହି ରିପୋର୍ଟରେ ସତର୍କ କରାଯାଇଛି । ଚୀନ୍‌ରେ ୨.୯ କୋଟି ବର୍ତ୍ତମାନ ଅନୁମାନ କରାଯାଉଥିଲେ ମଧ୍ୟ ପ୍ରକୃତରେ ୯.୩ କୋଟି ଲୋକ ବନ୍ୟାରେ ଆକ୍ରାନ୍ତ ହେବେ । ବାଂଲାଦେଶରେ ୪.୨, ଭିଏତନାମରେ ୩.୧, ଇନେ୍ଦାନେସିଆରେ ୨.୩ ଏବଂ ଥାଇଲାନ୍ଦରେ ୧.୨ କୋଟି ଲୋକ ନିୟମିତ ବନ୍ୟା ପ୍ରକୋପରେ ଆକ୍ରାନ୍ତ ହେବେ । ସମୁଦ୍ର ପତନ ବଢ଼ିବା ଏବଂ ଜୁଆର ଅଧିକ ବେଗ ଓ ଉଚ୍ଚତାରେ ଆସିବାକୁ ଯାଉଥିବାରୁ ଆଗାମୀ ଦିନରେ ସମୁଦ୍ର ତଟବର୍ତ୍ତୀ ସହ ତଥା ସମୁଦ୍ରଘେରା ଦେଶମାନଙ୍କ ପାଇଁ ନିଜକୁ ସୁରକ୍ଷିତ କରି ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଏହି ରିପୋର୍ଟ କରିଦେଇଛି ସତର୍କ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*