୩ ଶିଶୁଙ୍କ ଜନ୍ମ ପରେ ଡାକ୍ତରଖାନାରେ ମୃତୁ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭଦ୍ରକ

ବାଙ୍ଗାଲୋର -ଗୌହାରୀ ଏକ୍ସପ୍ରେସ୍ର ଜଣେ ମହିଳା ଯାତ୍ରୀ ଭଦ୍ରକ ରେଳଷ୍ଟେସନରେ ୩ ଶିଶୁ ପୁତ୍ରଙ୍କୁ ଜନ୍ମଦେବା ଓ ସେମାନେ ପରବର୍ତ୍ତୀ ସମୟରେ ମୃତୁ୍ୟବରଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମହିଳା ଜଣକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆସାମ ରାଜ୍ୟର ଗୌହାଟୀ ଦରଙ୍ଗ ଜିଲ୍ଲା ସିଦାଖାୱା ଶୁକାବାହି ଅଞ୍ଚଳର ହାପିଜୁର ରହେମାନ ବାଙ୍ଗାଲୋରରେ ସିଙ୍ଗାରି କାଫଲାପୁରୀ-୨ ରେ କାର୍ଯ୍ୟ କରନ୍ତି । ତାଙ୍କ ପାଖରେ ଥିବା ପତ୍ନୀ ମଞ୍ଜୁଲା ଖାତୁନ ଗର୍ଭବତୀ ଥିଲେ । ଇତିମଧ୍ୟରେ ହାପିଜୁର ପତ୍ନୀ ମଞ୍ଜୁଲାଙ୍କୁ ନିଜ ଗ୍ରାମକୁ ଟ୍ରେନ୍ ଯୋଗେ ତାଙ୍କର ଜଣେ ସହକର୍ମୀ ତଥା ସେହି ଗ୍ରାମର ପଡୋଶୀ ଜମିର ଅଲ୍ଲୀଙ୍କ ସହ ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ୍ ଯୋଗେ ପଠାଇଥିଲେ । ତେବେ ଟ୍ରେନ୍ଟି ଭଦ୍ରକ ରେଳଷ୍ଟେସନରେ ପହଞ୍ଚôବା ମଧ୍ୟର ମଞ୍ଜୁଲାଙ୍କର ପ୍ରସବ ଯନ୍ତ୍ରଣା ତୀବ୍ର ହୋଇଥିଲା । ଫଳରେ ତାଙ୍କୁ ଷ୍ଟେସନରେ ଓହ୍ଲାଇବା ପରେ ସେ ସେଠାରେ ୩ଟି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୩ଟି ଶିଶୁଙ୍କର ଉଚିତ୍ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତୁ୍ୟ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*