୩୩୦୦କୋଟି ହାୱଲା ର୍ୟାକେଟର ପର୍ଦ୍ଦାଫାଶ ଦେଶ ବ୍ୟାପୀ ୪୨ଟି ସ୍ଥାନରେ ହୋଇଥିଲା ଆଇଟି ଚଢାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଆୟକର ବିଭାଗ ପକ୍ଷରୁ ଭିତ୍ତିଭୂମି କ୍ଷେତ୍ରର କିଛି ବଡ଼ କର୍ପୋରେଟ୍ସ ଏବଂ ହାୱଲା ଅପରେଟରଙ୍କ ମଧ୍ୟରେ ଥିବା ଭିତିରି ବୁଝାମଣାରର ପର୍ଦ୍ଦାଫାସ କରାଯାଇଛି । ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆୟକର ବିଭାଗ ନକଲି ବିଡ୍‌ ଜାରି କରୁଥିବା ଏବଂ ହାୱଲା ମାଧ୍ୟମରେ ନେଣଦେଶ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆରମ୍ଭ କରିଥିଲା ବଡ ଅଭିଯାନ । ଚଢାଉ ମାଧ୍ୟମରେ ଆୟକର ବିଭାଗ ୩୩୦୦କୋଟି ଟଙ୍କାର ହାୱଲା ର୍ୟାକେଟର ପର୍ଦ୍ଦାଫାଶ କରିଛି । ଏହି ଅଭିଯାନ ସମୟରେ ବିଭାଗ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ପୁନେ, ଆଗ୍ରା, ଗୋଆ ସମେତ ୪୨ଟି ସ୍ଥାନରେ ଚଢାଉ କରାଯାଇଥିଲା ।
ସେଣ୍ଟ୍ରାଲ ବୋର୍ଡ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ପକ୍ଷରୁ ସୋମବାର କୁହାଯାଇଛି ଯେ, ଆୟକର ବିଭାଗ ଦିଲ୍ଲୀ – ମୁମ୍ବାଇ ସମେତ ବିଭିନ୍ନ ସହରରେ ଚାଲିଥିବା ୩୩୦୦କୋଟି ଟଙ୍କାର ହାୱଲା ର୍ୟାକେଟର ପର୍ଦ୍ଦାଫାଶ କରିଛି । ଚଢାଉ ସମୟରେ ଭିତ୍ତିଭୂମି କ୍ଷେତ୍ରର ବଡ କର୍ପୋରେଟ୍‌ ହାଉସ୍‌ ଏବଂ ହାୱଲା ବେପାରୀଙ୍କ ମଧ୍ୟରେ ବୁଝାମଣା ଥିବାର ପ୍ରମାଣ ମିଳିଛି । ଚଢାଉ ସମୟରେ ନକଲି ଚୁକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ହେରା ଫେରି କରୁଥିବା ପ୍ରମାଣ ମିଳିଛି । ଏହି ପରିମାଣ ୩୩୦୦କୋଟି ଟଙ୍କା ପାଖାପାଖି ହେବ । ଚଢାଉ ସମୟରେ ଚେନ୍ନାଇସ୍ଥିତ ଏକ ଶିକ୍ଷା ସଂସ୍ଥାରୁ ୩୫୦କୋଟିରୁ ଅଘୋଷିତ ସମ୍ପତିର ସୂଚନା ମିଳିଥିଲା । ସେହିପରି ୮କୋଟି ଟଙ୍କା ମୂଲ୍ୟର ଗହଣା ଏବଂ ନଗଦ ଅର୍ଥ ଜବତ ହୋଇଛି । ସିବିଡିଟି ପକ୍ଷରୁ କୁହାଯାଇଛି ଯେ, ଏହି ଚଢାଉ ନଭେମ୍ବର ୭ରେ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*