୩୦ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ମୋ ସରକାର ଯୋଜନା ·ଲିଛି କିନ୍ତୁ ମୋ ଶିକ୍ଷକ ଯୋଜନା ·ଲୁନାହିଁ । ମାନବ ସମ୍ବଳ ବିକାଶ ନିମନ୍ତେ ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ ଥିଲାବେଳେ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉନାହାଁନ୍ତି । ବିଦ୍ୟାଳୟରେ ଭିତ୍ତିଭୂମି ନାହିଁ କିମ୍ବା ଶିକ୍ଷକ କର୍ମ·ରୀ ନାହାଁନ୍ତି । ବିଦ୍ୟାଳୟଗୁଡ଼ିକ ନାହିଁ ନାହିଁରେ ·ଲିଛି । ଶିକ୍ଷା ଅଧିକାର ଆଇନ୍ରେ ଯାହାସବୁ ଉଲ୍ଲେଖ ରହିଛି ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଶିକ୍ଷାକୁ ଘରୋଇ ମାଲିକମାନଙ୍କ ହାତକୁ ଟେକି ଦେବାପାଇଁ ସରକାର ଏସବୁ କରୁଛନ୍ତି ବୋଲି ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ସ୍ୱାଧୀନତା ପରଠାରୁ ସରକାରୀ କର୍ମ·ରୀମାନଙ୍କ ଅବସର ପରେ ଯେଉଁ ପେନ୍ସନ ବ୍ୟବସ୍ଥା ଲାଗୁ କରାଯାଇଥିଲା ତାହାକୁ ୨୦୦୫ ମସିହାରେ ସରକାର ଉଠାଇ ନୂତନ ପେନ୍ସନ ବ୍ୟବସ୍ଥା ଲାଗୁ କରାଗଲା । ବଡ଼ ଆଶ୍ଚର୍ଯ୍ୟର ବିଷୟ ଆମ ଦେଶର ବିଧାୟକ ଓ ସାଂସଦଙ୍କ ପାଇଁ ନୂତନ ପେନ୍ସନ ନିୟମ ଲାଗୁ କରାଗଲା ନାହିଁ, କିନ୍ତୁ ସେମାନଙ୍କ ପାଇଁ ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ କରାଯାଇଛି । ଜଣେ ଶିକ୍ଷକ ଓ ସରକାରୀ କର୍ମ·ରୀ ୩୦-୪୦ ବର୍ଷ ·କିରୀ କଲାପରେ ମଧ୍ୟ ପେନ୍ସନ୍ ପାଉନାହିଁ । ତେଣୁ ସବୁ ସରକାରୀ କର୍ମ·ରୀ ଓ ଶିକ୍ଷକମାନଙ୍କ ପାଇଁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନ୍ସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ଦାବି କରାଯାଇଛି । ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ଦରମା ସହ ୨୮୦୦ ଗ୍ରେଡ୍ ପେ ଦେଇ ୭ମ ବେତନ କମିଶନକୁ ସଂଶୋଧନ କରିବା ପାଇଁ ୨୦୧୭ ମସିହାରେ ଦାବି କରାଯାଇଥିଲା । କ୍ୟାଡ଼ର ସଂଶୋଧନ କରି ତାହାକୁ ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଏହାଛଡା କେନ୍ଦ୍ର ସରକାର ଘରଭଡ଼ା ଓ ମହଙ୍ଗା ଭତ୍ତା କର୍ମ·ରୀଙ୍କ ବଢାଇଥିଲେ ମଧ୍ୟ ରାଜ୍ୟ ସରକାର ନିଜ କର୍ମ·ରୀମାନଙ୍କୁ ୭ମ ବେତନ କମିଶନ ଅନୁଯାୟୀ ଘରଭଡ଼ା ଓ ବର୍ଦ୍ଧିତ ମହଙ୍ଗା ଭତ୍ତା ଦେଉନାହାଁନ୍ତି । ତେଣୁ ୨୦୦୫ ପୂର୍ବ ପ୍ରଚଳିତ ପେନ୍ସନ ବ୍ୟବସ୍ଥା ପୁନଃ ପ୍ରଚଳନ, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, କନିଷ୍ଠ ଶିକ୍ଷକମାନଙ୍କର ମୂଳ ଦରମାର ୨୫% ବୃଦ୍ଧି, ଠିକା ନିଯୁକ୍ତି ଶିକ୍ଷକ ବାତିଲ୍ କରି ନିୟମିତ ଶିକ୍ଷକ ନିଯୁକ୍ତି ଦାବିରେ ଆଗାମୀ ନଭେମ୍ବର ୩୦ ତାରିଖ ଦିନ ପ୍ରାଥମିକ ଶିକ୍ଷକ ସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*