୩୦ତମ କୋଣାର୍କ ଉତ୍ସବ ଉଦ୍‌ଘାଟିତ,ଓଡିଶୀରେ ମନ୍ତ୍ର ମୁଗ୍ଧ ପର୍ଯ୍ୟଟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କୋଣାର୍କ

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଂଗମଂଚ ପରିସରରେ ବଣ୍ଣାଢ୍ୟ ପରିବେଶ ମଧ୍ୟରେ ୩୦ତମ କୋଣାର୍କ ଉତ୍ସବକୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲା ପ୍ରଦିପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଉଦଘାଟନି ସଂଧ୍ୟାର ପ୍ରଥମାର୍ଦ୍ଧରେ ଭୁବନେଶ୍ୱର ସୃଜନି ଅନୁଷ୍ଠାନର ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ଶୈଳିରେ ପରିବେଶଣ କରିଥିଲେ ବନ୍ଦେ ସୂର୍ଯ୍ୟମ୍ ।ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସୃଜନିର କଳାକାରମାନେ ସୂର୍ଯ୍ୟ ନାରାୟଣଙ୍କ ବନ୍ଦନା ଓ ଆଳତି ନିଖୁଣ ଭାବରେ ପରିବେଶଣ କରିଥିଲେ । ପରେ ପରେ ହଂସଧ୍ୱନୀ ପଲ୍ଲବୀ ନୃତ୍ୟକୁ ପରିବେଶଣ କରିଥିଲେ । ଏହାପରେ ନୃତ୍ୟଶିଳ୍ପୀ ମାନେ ଶକ୍ତିଙ୍କ ବିବିଧ ସ୍ୱରୁପକୁ ନେଇ ପରିବେଶଣ କରିଥିଲେ ଭଗବତୀ ସ୍ତୋତ୍ରମ । ସୃଜନର ଅନ୍ତିମ ଚରଣରେ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ବନେ୍ଦ ମାତରମକୁ ନୃତ୍ୟାଙ୍ଗନା ମାନେ ନିଖୁଣ ଭାବରେ ପରିବେଶଣ କରିଥିଲେ । ଏହି ସଂଧ୍ୟାର ଦ୍ୱତୀୟାର୍ଦ୍ଧରେ ସୁପ୍ରସିଦ୍ଧ କଥକ ନୃତ୍ୟ ଶିଲ୍ପୀ ସମା ଭଟେଙ୍କ ଦ୍ୱାରା ପ୍ରସ୍ତୁତ ସୂର୍ଯ୍ୟ ବନ୍ଦନା ତାଳ ରୁପକ ଆଧାରିତ ଶୁଦ୍ଧ ନୃତ୍ୟକୁ ପରିବେଶଣରେ ମୁକ୍ତାକାଶ ରଙ୍ଗମଂଚ ପରିସରରେ ଏକ ମନୋରମ ଓ ଆଧାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା । ପରେ ପରେ ନୃତ୍ୟ ଶିଲ୍ପୀ ମାନେ କଥକ ନୃତ୍ୟରେ କାଳିୟ ମର୍ଦ୍ଧନକୁ ପରିବେଶଣ କରିଥିଲେ । ଏହା ପରେ ତନିତାଲ ଆଧାରିତ ଦୃତଲୟର ଅଭିନୟ ସହ ଚତୁରଙ୍ଗର ଶୁଦ୍ଧ ରୁପକୁ ନୃତ୍ୟ ଛନ୍ଦରେ ପରିବେଶଣ କରିଥିଲେ ଶିଲ୍ପୀଗଣ । ଏହି ପରିପ୍ରେକ୍ଷିରେ ଚନ୍ଦ୍ରଭାଗା ଠାରେ ଆୟୋଜିତ ଆନ୍ତର୍ଜତୀୟ ବାଲୁକା କଳା ମହୋତ୍ସବକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ମହୋତ୍ସବରେ ୭ଟି ଦେଶର ବିଦେଶୀ କଳାକାର ସମେତ ଓଡିଶା ତଥା ଓଡିଶା ବହାରର ବାଲୁକା ଶିଲ୍ପୀ ମାନେ ସାଂସୃତିକ ଐତିହ୍ୟକୁ ନେଇ ନିଖୁଣ ଭାବରେ ବେଳାଭୂମି କୂଳରେ ନିର୍ମାଣ କରିଥିବା ବାଲୁକା କଳାକୁ ମନ୍ତ୍ରୀ ଶ୍ରୀ ପ୍ରାଣିଗ୍ରାହୀଙ୍କ ସମେତ କ୍ରିଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା,ପର୍ଯ୍ୟଟନ ସଚିବ ବିଶାଲ ଦେବ,ପୁରୀଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବ ଦେଖିବା ପାଇଁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହି ପରିପ୍ରେକ୍ଷିରେ କୋଣାର୍କ ହେଲିପ୍ୟାଡ ଠାରେ ଏନଏସି ପକ୍ଷରୁ ଆୟୋଜିତ ମିନା ବଜାର ଓ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ କ୍ରିଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅସ୍ତରଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ୱାାଧିନ କୁମାର ନାୟକ, ପୁରୀଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ପ୍ରମୁଖ ଯୋଗଦେଇ ଲୋକାର୍ପିତ କରିଥିଲେ । ପରେ ପରେ କୋଣାର୍କ ଅର୍ବାନ ହାଟ ଠାରେ ଅର୍କଶ୍ରୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପୁସ୍ତକ ମେଳାକୁ ମନ୍ତ୍ରୀ ଶ୍ରୀ ବେହେରା ଉଦଘାଟନ କରିଥିଲେ । ଏହି ଉଦଘାଟନି ସମାରୋହରେ ପୁରୀଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ଅସ୍ତରଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ, ପ୍ରସ୍ତର ଶିଳ୍ପୀ ପ୍ରଭାକର ମହାରଣା, ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷିରେ ହେଲିପ୍ୟାଡ ଠାରେ ପଡିଥିବା ମିନାବଜାରରେ ବିଦୁ୍ୟତ ବିଭ୍ରାଟ ଯୋଗୁ ପର୍ଯ୍ୟଟକ ଓ ସ୍ଥାନିୟ ଜନସାଧାରଣ ମାନେ ଏହି ମେଳାକୁ ବୁଲି ନପାରି ଫେରିଯାଇଥିବା ଦେଖିବାକୁ ମିଳିଛି । କୋଣାର୍କ ଉତ୍ସବର ଉଦ୍ଘାଟନି ସମାରୋହରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣୀଗ୍ରାହୀ, କ୍ରିଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରାମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିଦେ୍ଧଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପୁରୀ ଏସପି ଉମାଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସହ ନିଦେ୍ର୍ଧଶକ ବିଜୟ କୁମାର ଯେନା, ସୁନିଲ କୁମାର ପଟ୍ଟନାୟକ, ରତିକାନ୍ତ ପଟ୍ଟନାୟକ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବକୁ ଡଃସାଧନା ଶ୍ରୀ ବାସ୍ତବ ଓ ଅଧ୍ୟାପକ ଡଃ ମୃତ୍ୟୁଂଜୟ ରଥ ପ୍ରମୁଖ ସଂଯୋଜନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*