୩ରେ ସଂଘର୍ଷ ରାଲିରେ ଯୋଗ ଦେବ ଟିୟୁସିଆଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ସମସ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ମାସିକ ୨୫,୦୦୦ ଟଙ୍କା, ଶ୍ରମ ଆଇନରେ ଶ୍ରମିକ ବିରୋଧୀ ସଂଶୋଧନଗୁଡ଼ିକୁ ତୁରନ୍ତ ରଦ୍ଦ କରିବା, ସ୍ଥାୟୀ ପ୍ରକୃତିରେ କାର୍ଯ୍ୟରେ କର୍ମରତ ସମସ୍ତ ଠିକା ଓ ଅସ୍ଥାୟୀ ଶ୍ରମିକଙ୍କୁ ସ୍ଥାୟୀ କରିବା ଏବଂ ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ତଥା ଠିକା ନିଯୁକ୍ତି ବନ୍ଦ କରିବା, ଶ୍ରମ ଆଇନକୁ ପାଳନ କରୁ ନଥିବା ମାଲିକ, ମ୍ୟାନେଜମେଣ୍ଟକୁ ଜେଲ ଦନ୍ଦରେ ଦନ୍ଦିତ କରିବା, ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଭଳିି ୧୭ ଦଫା ଦାବି ନେଇ ମଜଦୁର ଅଧିକାର ସଂଘର୍ଷ ଅଭିଯାନ (ମାସା) ତରଫରୁ ଆସନ୍ତା ୩ରେ ଦିଲ୍ଲୀସ୍ଥିତ ରାମଲୀଳା ମୈଦାନରେ ଦେଶର ହଜାର ହଜାର ଶ୍ରମିକମାନେ ଏକତ୍ରିତ ହେବେ ଏବଂ ସଂସଦ ପର୍ଯ୍ୟନ୍ତ ସଂଘର୍ଷ ରାଲିରେ ଯିବେ ଓ ସରକାରଙ୍କୁ ୧୭ ଦଫା ସମ୍ବଳିତ ଶ୍ରମିକ ଦାବିପତ୍ର ପ୍ରଦାନ କରିବେ । ଏହି ମାର୍ଚ୍ଚ ୩ ରାଲିରେ ଟିୟୁସିଆଇ, ଓଡ଼ିଶା ରାଜ୍ୟ କମିଟି ନେତୃତ୍ୱରେ ଓଡ଼ିଶା ଶିଳ୍ପ ଶ୍ରମିକଙ୍କଠାରୁ ଆରମ୍ଭ କାରି ଘରୋଇ ମହିଳା ଶ୍ରମିକଙ୍କ ପର୍ଯ୍ୟନ୍ତ ପ୍ରାୟ ୫୦୦ରୁ ଅଧିକ ଶ୍ରମିକ ଯୋଗ ଦେବେ ବୋଲି ଟିୟୁସିଆଇର ରାଜ୍ୟ ଯୁଗ୍ମ ସମ୍ପାଦକ ରଞ୍ଜନ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଓଡ଼ିଶାରେ ନବୀନ ସରକାରର ଦୀର୍ଘ ୧୯ ବର୍ଷର ଶାସନରେ ଶ୍ରମିକମାନଙ୍କ ଅବସ୍ଥା ମହରଗରୁ କାନ୍ତାରରେ ପଡ଼ିଛି । ଏଠି ଶ୍ରମ ଆଇନର ନଗ୍ନ ଉଲ୍ଲଂଘନ ଚାଲିଛି । ଖୋଦ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ମିଳୁନାହିଁ । ରାଜ୍ୟ ସରକାର ଠିକା ନିଯୁକ୍ତିର ସବୁଠାରୁ ବଡ଼ ପୃଷ୍ଠପୋଷକ । ଏହି ପରିପ୍ରେକ୍ଷୀରେ ଏହି ସଂଘର୍ଷ ରାଲିରେ ଓଡ଼ିଶାର ଲଢୁଆ ଶ୍ରମିକମାନେ ଯୋଗଦାନ କରି ସେମାନଙ୍କ କ୍ଷୋଭ ପ୍ରକାଶ କରିବେ ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହିଭଳି ଆନେ୍ଦାଳନ କରାଯିବ ବୋଲି ଟିୟୁସିଆଇ ରାଜ୍ୟ ନେତା ତଥା ଶିଳ୍ପ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ସୁବଳ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଟିୟୁସିଆଇର ରାଜ୍ୟ କମିଟି ସଦସ୍ୟ ତଥା ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ସାଧାରଣ ସମ୍ପାଦକ ନଳିନୀକାନ୍ତ ଏବଂ ଘରୋଇ ମହିଳା ଶ୍ରମିକ ୟୁନିଅନର ନେତ୍ରୀ ମିନତୀ ଭୋଇ, ଟିୟୁସିଆଇ ନେତା କିଶୋର ଭୋଇ, ବୁଲୁ ରଞ୍ଜନ ମଧ୍ୟ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*