୩ରେ ନିଆରା ଚିତ୍ରକଳା ପ୍ରଦର୍ଶନୀ ‘ପରିକ୍ରମା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ଡିସେମ୍ବର ୩ ତାରିଖରେ ଚିତ୍ରକଳାରେ ଗବେଷଣାରତ ଛାତ୍ରଛାତ୍ରୀଙ୍କ ଏକ ନିଆରା ପ୍ରଦର୍ଶନୀ ‘ପରିକ୍ରମା’ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଲଳିତ କଳା ଅକାଡେମୀର ଆଞ୍ଚଳିକ କେନ୍ଦ୍ରଠାରେ ଏହି ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବାର ସୂଚନା ରହିଛି । ଅର୍ଚ୍ଚନା ଦାସ, ଚିନ୍ମୟୀ ବେହେରା, ମମତା କେଶରୀ, ସନ୍ତୋଷ କୁମାର, ଶିବାନୀ ପଟନାୟକ, ସ୍ମୁତିରଞ୍ଜନ ସୁତାର, ସୁଧି ରଞ୍ଜନ ମହାର୍ଥା ପ୍ରମୁଖଙ୍କ ଚିତ୍ରକଳା ଏହି ପ୍ରଦର୍ଶନୀରେ ସ୍ଥାନ ପାଇବ । ଆସନ୍ତା ଡିସେମ୍ବର ୭ ଯାଏ ପ୍ରଦର୍ଶନୀ ଖୋଲା ରହିଥିବାବେଳେ ଦର୍ଶକମାନେ ସକାଳ ୧୧.୩୦ରୁ ସଂଧ୍ୟା ୭.୩୦ ମଧ୍ୟରେ ଏହାର ପରିଦର୍ଶନ କରିପାରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*