୩ଟି ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଆସିକା

ପୂର୍ତ୍ତ ବିଭାଗ ଅଧୀନ ପାନ୍ଦିଆପଥର, ଭେଜିପୁଟ, ସାନଖୋଲି, ଫାପଲପୁର, ଗହଙ୍ଗୁ ୫ କିଲୋମିଟର ୧୬୦ ମିଟର ରାସ୍ତାଟିକୁ ୨ କୋଟି ୪୬ ଲକ୍ଷ ୨୬ ହଜାର ବ୍ୟୟ ଅଟକଳରେ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଦ୍ୱାରା ଉଦଘାଟନ ହୋଇଥିଲା । ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗର କେ.ଲଛମନପଲ୍ଲି, ଜୟପୁର ଭାୟା ମଣ୍ଟାପଡା ରାସ୍ତାର ୨ କିଲୋମିଟର ୮୨୦ ମିଟରକୁ ୧ କୋଟି ୧୭ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ଅଟକଳ,ଚଢିଆପଲ୍ଲୀ, ମାମୁଁଡିହର ୪ କିଲୋମିଟର ରାସ୍ତାକୁ ୧ କୋଟି ୯୪ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତାକୁ ବିଧାୟିକା, ସାଂସଦ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଉପାଧ୍ୟକ୍ଷା ସୁଜାତା ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*