୨ ହତ୍ୟାକାରୀ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାରସକଣା

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରୀଆ ଥାନା ଅନ୍ତର୍ଗତ କପାଡିହା ଗାଁ ନିକଟରେ ଦୁର୍ବୃତ୍ତମାନେ ତଣ୍ଟି କାଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ହେଲେ ଘଟଣାର ୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରପୋଖରୀଆ ପୁଲିସ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାନ୍ଦ ଘଟିଥିବା ଜଣାପଡ଼ିଛି । ଘଟଣା ମୁତାବକ ଲାଲମୋହନଙ୍କ ଏକ ପୋଖରୀକୁ କାଳିଆ ଲିଜ ସୂତ୍ରରେ ନେଇ ମାଛ ଚାଷ କରିଥିଲେ । ଉକ୍ତ ପୋଖରୀ ପାଖରେ ଯୋକା ଗ୍ରାମର ଅନତା ସାହୁଙ୍କ ବିଲକୁ ଦୀର୍ଘ ବର୍ଷ ଧରି ଭାଗଚାଷ ସୂତ୍ରରେ ସୁନାରାମ ଚାଷ କରି ଆସୁଥିଲା । ବର୍ଷା ହେଲେ ପୋଖରୀ ଭିତରୁ ମାଛ ବାହାରି ଆସୁଥିବା ଏବଂ ସୁନାରାମ ପୋଖରୀ ନିକଟରେ ଶୌଚ କରିଦେଉଥିବା ନେଇ ଉଭୟଙ୍କ ଭିତରେ ତିକ୍ତତା ଲାଗି ରହିଥିବା ବେଳେ ଅନ୍ୟପଟେ ଜଟିଆଶୋଳ (ଲହନ୍ଦାକୋଚା) ଗ୍ରାମର ପାଗଲୁ ସୋରେନ (ଯଦୁ)ର ଭାଇ ସହିତ ଫୁଟବଲ ଖେଳକୁ ନେଇ ଶତ୍ରୁତା ରହିଥିଲା । ଉଭୟ ଲାଲମୋହନ ଏବଂ ପାଗଲୁ ଏକତ୍ରିତ ହୋଇ ହତ୍ୟା ଯୋଜନା କରି ପୂର୍ବ ପ୍ରସ୍ତୁତି ମୁତାବକ ଦଶହରା ଦିନ ରାତିରେ ସୁନାରାମ ଏବଂ ତା’ ସ୍ତ୍ରୀକୁ ପ୍ରବଳ ମଦ୍ୟପାନ କରାଇଥିଲେ । ଅତ୍ୟଧିକ ନିଶା ହେବା ପରେ ସ୍ତ୍ରୀ ଘରକୁ ଫେରି ଆସି ଶୋଇ ପଡିଥିଲେ । ଲାଲମୋହନ, ଯଦୁ ଓ ସୁନାରାମ ମେଳାରେ ବୁଲାବୁଲି କରି ଯୋକା ଛକରୁ ସୁନାରାମର ଘରେ ଛାଡିଦେବାର ବାହାନା କରି ଆସିବା ସମୟରେ ପ୍ରତିଶୋଧ ପୂର୍ବକ ଏକ ନିଛାଟିଆ ରାସ୍ତାରେ ଲାଲମୋହନ ସୁନାରାମକୁ ରାସ୍ତା ଉପରେ ମାଡି ବସିଥିବା ବେଳେ ଯଦୁ ତା’ର ମୁନ୍ଦକୁ ଧରି ଭୁଜାଲି ଦ୍ୱାରା ତଣ୍ଟିକୁ ଅତି ନିର୍ମମ ଭାବେ ହାଣି ସେଠାରୁ ଫେରାର ହୋଇଯାଇଥିଲେ । ବ୍ୟବହୃତ ଭୁଜାଲିକୁ ଲାଲମୋହନ ନିଜ ଘର ପାଖରେ ଥିବା ଏକ ଗଛ ମୂଳରେ ଲୁଚାଇଦେଇଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାନ୍ଦ ଘଟିଥିବା ତଦନ୍ତ ଅଧିକାରୀ ଏସଆଇ ପଞ୍ଚାନନ ମହାନ୍ତି ପ୍ରକାଶ କରିଥିଲେ । ଆସାମୀଙ୍କୁ ୧୦୮/୧୯ ଅନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*