୨ ବେପାରୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ସଦର ଥାନା ପୁଲିସ ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୁରାଙ୍ଗ ପ୍ରଧାନ ଗ୍ରାମର ଛୋଟୁ ଓରଫ ଅସିଫ ମହମ୍ମଦ(୨୬) ଓ ଗଙ୍ଗେଶ୍ୱର ଗଡା ଗ୍ରାମର ପୁପୁନ ଓରଫ ବିକ୍ରମ ପାତ୍ର(୩୦) । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୪ଟି ୯ଏମଏମ ଜୀବନ୍ତ ଗୁଳି, ୩ଟି ଦାମୀ ମୋବାଇଲ ଫୋନ ଓ ଗୋଟିଏ ସୁଜୁକି ଜିକ୍ସର ଏସ୭ (ଓଡି-୦୨-ଏବି-୭୭୮୨) ବାଇକ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ସଦର ଥାନା ପକ୍ଷରୁ ସ୍ଥାନୀୟ ଗୋପାଳପୁର ଛକରେ ଯାନବାହାନ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଅଭିଯୁକ୍ତ ଦ୍ୱୟ କଟକରୁ ଭୁବନେଶ୍ୱର ଆଡକୁ ଯାଉଥିଲେ । ମାତ୍ର ବାଟରେ ହଠାତ ପୁଲିସ ଯାନବାହାନ ଯାଞ୍ଚ କରୁଥିବା ଦେଖି ସେମାନେ ସେଠାରୁ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା । ପୁଲିସ ଅଭିଯୁକ୍ତ ଦ୍ୱୟର ତଲାସି ନେବା ବେଳେ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଆଉ ୯ଏମଏମର ୪ଟି ଜୀବନ୍ତ ଗୁଳି ଜବତ କରିଥିଲା । ଅଭିଯୁକ୍ତ ଦ୍ୱୟ ଏହି ବନ୍ଧୁକ ଅନ୍ୟ ଜଣେ ଅପରାଧୀକୁ ବିକି୍ର କରିବା ଉଦେ୍ଦଶ୍ୟରେ ନେଉଥିବାର ଜଣାପଡିଛି । ଏନେଇ ପୁଲିସ କେସ ନଂ ୯୩/୧୯, ୨୫, ୩୫ ଆର୍ମ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁପୁନ ନାମରେ ପୂର୍ବରୁ ସଦର ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, କାରବାର କରିବା, ହତ୍ୟା ଉଦ୍ୟମ, ଦାଦାବଟି, ବୋମାମାଡ ଭଳି ୫ଟି ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଛୋଟୁ ନାମରେ ସଦର ଥାନାରେ ଗୋଟିଏ ଓ ବାଲିଅନ୍ତା ଥାନାରେ ଗୋଟିଏ ମାମଲା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*