୨ ବିମାନ ଦୁର୍ଘଟଣାରେ ୧୨ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ଶ୍ରୀନଗର/କାଠମାନ୍ଦୁ
ଜାମ୍ମୁ-କାଶ୍ମୀରର ବୁଦଗାମ ଅଞ୍ଚଳସ୍ଥ ଗରେନ୍ଦ କଲାନ ଗ୍ରାମରେ ବାୟୁସେନାର ଏମଆଇ-୧୭ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ବାୟୁସେନା ଅନୂ୍ୟନ ୪ ଜଣ କର୍ମଚାରୀ ଏବଂ ଜଣେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ବୁଧବାର ସକାଳ ୧୦.୦୫ ସମୟରେ ବିମାନଟି ଏକ ପଡିଆରେ ଖସିପଡିଥିଲା । ଏହି ଘଟଣାରେ ଯେଉଁ ସାଧାରଣ ଲୋକ ଜଣକ ପ୍ରାଣ ହରାଇଛନ୍ତି ତାଙ୍କ ନାମ କିଫାୟତ ହୁସେନ ଗାନାଇ ବୋଲି ଚିହ୍ନଟ କରାଯାଇଛି । ଅନ୍ୟ ମୃତକଙ୍କୁ ଖବର ଲେଖା ହେଲାବେଳକୁ ଚିହ୍ନଟ କରାଯାଇନଥିଲା । ବିମାନଟି ତଳେ ଖସି ଦୁଇ ଫାଳ ହୋଇଯିବା ପରେ ଏଥିରେ ନିଅାଁ ଲାଗିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ନେପାଳର ତପ୍ଲେଜଙ୍ଗ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଦେଶର ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ଆଉ ୬ଜଣଙ୍କ ମୃତୁ୍ୟ ହୋଇଛି । ଏକ ପାହାଡର ଉପର ଭାଗରେ ଥିବା ଏକ ମନ୍ଦିରର ପୂର୍ବ ପାଶ୍ୱର୍ ଦେହରେ ବାଡେଇ ହେବା ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ନେପାଳର ଏୟାରଲାଇନ୍‌ କ୍ଷେତ୍ରର ଜଣାଶୁଣା ବ୍ୟବସାୟୀ ଆଙ୍ଗ ଛିରିଙ୍ଗ ଶେରପାଙ୍କର ମଧ୍ୟ ଜୀବନହାନୀ ଘଟିଛି । ଦୁର୍ଘଟଣାର କିଛି ଘଣ୍ଟା ପରେ ସ୍ଥାନୀୟ ଲୋକ ଏହାର ଭଗ୍ନାବଶେଷ ପାଇ ଏସଂପର୍କରେ ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*