୨୯ରୁ ଶିଳ୍ପ ବାଣିଜ୍ୟ ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବ୍ୟାସନଗର

ବ୍ୟାସନଗର ପୌରାଞ୍ଚଳ ସ୍ଥିତ ଗୋଶାଳା ପ୍ରଦର୍ଶନୀ ପଡ଼ିଆଠାରେ ନଭେମ୍ବର ୨୯ତାରିଖରେ ଶିଳ୍ପ ବାଣିଜ୍ୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ମେଳାର ମୁଖ୍ୟ ଆକର୍ଷଣକାରୀ ବିଷୟବସ୍ତୁ ରହିଛି ପରିବେଶ, ପ୍ରକୃତି ଏବଂ ପ୍ରେମ ଉପରେ ପର୍ଯ୍ୟବେଷିତ ‘ପକ୍ଷୀ ପ୍ରେମ’ ଆଧାରିତ କାର୍ଯ୍ୟକ୍ରମ । ବାଣିଜ୍ୟମେଳା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରତିହାରୀ ଗୋଶାଳା ପଡ଼ିଆ ଆନୁକୂଲ୍ୟରେ ବାଣିଜ୍ୟମେଳା ପ୍ରସ୍ତୁତି ରୂପରେଖ ସାମ୍ବାଦିକ ସମ୍ମିଳନୀରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକାରୀ ସଭ୍ୟବୃନ୍ଦ ସଂଗ୍ରାମ ରାଉତ, ବଳଦେବ ନନ୍ଦ, ମାନସ ସାମଲ ପ୍ରମୁଖଙ୍କ ଉପସ୍ଥିତିରେ ମେଳାର ରୂପରେଖ ରଖାଯାଇଥିଲା । ଆଜକୁ ୩୦ ବର୍ଷ ଛୁଇଁବାକୁ ଯାଉଥିବା ଏହି ମେଳା ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ଖଣି ନିଗମ, ଶିଳ୍ପ ଉନ୍ନୟନ ନିଗମ, ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍, ଟାଟା ଷ୍ଟିଲ୍, କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଦ୍ୟୋଗ ଓ ଅନ୍ୟ ଶିଳ୍ପ ସଂସ୍ଥାନମାନେ ଅଂଶଗ୍ରହଣ କରିବା ସହ ଭରପୁର ମନୋରଞ୍ଜନ ନିମନ୍ତେ ବିଭିନ୍ନ ଦୋଳି ଓ ଖାଦ୍ୟଦ୍ରବ୍ୟର ମନ୍ଦପ ମାନ ସ୍ଥାନ ପାଇବ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କ ଦ୍ୱରା ପାରମ୍ପରିକ ଲୋକନୃତ୍ୟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଉଦ୍ଘାଟନ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ କୋରେଇ ବିଧାୟକ ଅଶୋକ କୁମାର ବଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ବ୍ୟାସ ସରୋବର ଗୋଶାଳା କମିଟିର ସଭାପତି ଋଷି କୁମାର ଅଗ୍ରୱାଲ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*