୨୭ ମିନିଟରେ ୧୪ଟି ସାଟେଲାଇଟ୍‌ ଉତକ୍ଷେପଣ କରିବ ଇସ୍ରୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚେନ୍ନାଇ

ଆସନ୍ତା ୨୭ ତାରିଖରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ୍‌ ପ୍ୟାଡ୍‌ରୁ ଏହି ଦିନ ସକାଳ ପ୍ରାୟ ୯ଟା ୨୮ ମିନିଟରେ ୧୪ଟି ଉପଗ୍ରହକୁ ମାତ୍ର ୨୭ ମିନିଟ ମଧ୍ୟରେ ମହାକାଶକୁ ପଠାଇବ । ଏହି ୧୪ଟି ସ୍ୟାଟେଲାଇଟ୍‌ ସବୁକୁ ଇସ୍ରୋ ନିଜର ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ ଭାରିଆଣ୍ଟ ଜରିଆରେ ମହାକାଶରେ ସ୍ଥାପନ କରିବ । ଏଥିରେ ଭାରତର ୧୬୨୫ କିଲୋଗ୍ରାମ୍‌ର କାଟରେସେଟ୍‌-୩ ଉପଗ୍ରହ ସାମିଲ୍‌ ହୋଇଥିବାବେଳେ ଆମେରିକାର ୧୩ ନାନୋ ଉପଗ୍ରହ ମଧ୍ୟ ରହିଛି ।
ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକରିବାକୁ ଥିବା କାଟରେସେଟ୍‌-୩ ଉପଗ୍ରହକୁ ପିଏସ୍‌ଏଲ୍‌ଭି ରକେଟ୍‌ ସର୍ବପ୍ରଥମେ ୧୭ ମିନିଟରେ କକ୍ଷରେ ସ୍ଥିତ ହେବ । ଇସ୍ରୋ ମୁତାବକ, କାଟରେସେଟ୍‌-୩ ଏକ ତୃତୀୟ ପିଢ଼ିର ଉନ୍ନତ ଉପଗ୍ରହ ଅଟେ । ଏହି ସାଟେଲାଇଟ୍‌ ସହରୀ ଯୋଜନା, ଗ୍ରାମୀଣ ସମ୍ବଳ ଏବଂ ଭିତ୍ତିଭୂମି ଆଦି କ୍ଷେତ୍ରରେ କରାଯାଉଥିବା ଯୋଜନା ଓ ବିକାଶମୂଳକ ପ୍ରକଳ୍ପ ଆଦିରେ ସହାୟକ ହେବ ।
ଭାରତୀୟ ଉପଗ୍ରହକୁ ସ୍ଥାପନ କରିବାର ଏକ ମିନିଟ ପରେ ଏହା ୧୩ ଆମେରିକୀୟ ନାନୋ ଉପଗ୍ରହ ଗୋଟିଏ ପରେ ଗୋଟିଏ ହିସାବରେ କକ୍ଷ ପଥରେ ସ୍ଥାପନ କରିବ । ପିଏସ୍‌ଏଲ୍‌ଭି ରକେଟର ଟେକ୍‌ଅଫ୍‌ କରିବା ୨୬ ମିନିଟ, ୫୦ ସେକେନ୍ଦ ପରେ ଏହା ଅନ୍ତିମ ଉପଗ୍ରହକୁ ଏହାର କକ୍ଷରେ ଅବସ୍ଥାପିତ କରିବ । ଇସ୍ରୋ ଅନୁଯାୟୀ, ଆମେରିକା ନାନୋ ଉପଗ୍ରହ ମଧ୍ୟରୁ ୧୨ଟିକୁ ଫ୍ଲକ୍‌-୪ପି ରୂପେ ନାମିତ କରାଯାଇଛି । ଏସବୁ ଆର୍ଥ ଅବ୍‌ଜରଭେସନ୍‌ ସାଟେଲାଇଟ୍‌ ଅଟେ । ସେହିଭଳି ୧୩ତମ ଉପଗ୍ରହ ଏକ କମୁ୍ୟନିକେସନ୍‌ ଟେଷ୍ଟ ବେସ୍‌ଡ ସାଟେଲାଇଟ୍‌ ଅଟେ, ଯାହାର ନାମ ମେସ୍‌ବେଡ୍‌ ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*