୨୬ରେ ହେବ ‘ଉଦ୍ୟମ ସମାଗମ’ : ୧୦ଟି କର୍ମଶାଳା ଓ ଯୋଗଦେବେ ୬୦ ପ୍ରତିନିଧି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ, କଟକ
ଆସନ୍ତା ୨୬ ଓ ୨୭ ତାରିଖ ଦୁଇଦିନ ଧରି ଏକ ‘ଉଦ୍ୟମ ସମାଗମ’ ଉପର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ । ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ସଂସ୍ଥାନ, କଟକ ଏବଂ ଓଡ଼ିଶା ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ମିଳିତ ଆନୁକକୂଲ୍ୟରେ କେନ୍ଦ୍ରୀୟ ଟୁଲ ରୁମ ଓ ପ୍ରଶିକ୍ଷଣ କେନ୍ଦ୍ର, ଖଦୀ ଏବଂ ଗ୍ରମୀଣ ଉଦ୍ୟଗ କମିଶନ ଏବଂ କୟର ବୋର୍ଡ ଭୁବନେଶ୍ୱେର ଏବଂ ଓଡ଼ିଶା ଶିଳ୍ପ ସଂଘମାନଙ୍କ ମିଳିତ ସହଯୋଗରେ ଏହି ସମାଗମ ଆୟୋଜିତ ହେବ ବୋଲି ଏକ ସମ୍ବାଦିକ ସମ୍ମଳିନୀରେ ଏମଏସଏମଇ ବିକାଶ ସଂସ୍ଥାନ ଭାରପ୍ରାପ୍ତ ନିଦେ୍ର୍ଦଶକ ଡ. ସୁକାନ୍ତ କୁମାର ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଏହି ସମାଗମର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ରାଜ୍ୟରେ କୃଷି ଓ ଖାଦ୍ୟ ପ୍ରକି୍ରୟା କରଣ ଶିଳ୍ପଗୁଡିକ ସହିତ ଅନ୍ୟାନ୍ୟ ଶିଳ୍ପର ଅଭିବୃଦ୍ଧି, ଅଭିନବୀକରଣ, ବଜାର ସଂଯୋଗୀ କରଣ, ଅଭିନବ ବୈଷୟିକ କୌଶଳର ପ୍ରଦର୍ଶନୀ, ସରକାର ପ୍ରୋତ୍ସାହନ, ରପ୍ତାନି ପାଇଁ ସମ୍ଭାବନା, ରପ୍ତାନୀ ପରିଚାଳନା ଏବଂ ଏହି ଶିଳ୍ପଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ତା’ର ସାମାଧାନ ପାଇଁ କ୍ରିୟାନ୍ୱୟନ ଯୋଜନା, ବ୍ୟବସାୟିକ ସୁଯୋଗ ଏବଂ ପୁଞ୍ଜିନିବେଶ ଏବଂ ଅର୍ଥôକ ସହଯୋଗ ବିଷୟରେ ଅବଗତ କରାଯିବ । ଏଥିରେ ବିଭିନ୍ନ କେନ୍ଦ୍ରୀ ସାର୍ବଜନୀନ ଉଦ୍ୟୋଗ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ସମେତ ରାଜ୍ୟର କୃଷିଏବଂ ଖାଦ୍ୟ ପ୍ରକ୍ରିୟାକରଣ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ଷ୍ଟଲ ମାଧ୍ୟମରେ ଅଂଶଗ୍ରହଣ କରିବେ । ୨ ଦିନ ଧରି ଚାଲିବାକୁ ଥିବା କର୍ମଶାଳାରେ ୧୦ଟି ଆଲୋଚନାଚକ୍ର ଆୟୋଜିତ ହେବା ସହିତ ୬୦ଜଣ ପ୍ରତିନିଧି ଯୋଗ ଦେବେ । ଅଣୁ, କ୍ଷୁଦ୍ରମଧ୍ୟମ ଉଦ୍ୟୋଗ ସମେତ ଭାରତ ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ ବ୍ୟାଙ୍କ ଓ ଆର୍ଥିକ ପ୍ରୋତ୍ସାହନକାରୀ ସଂସ୍ଥା ତଥା ବିଭିନ୍ନ ସରକାରୀ ବିଭାଗର ପ୍ରାୟ ୧୦୦ଟି ଷ୍ଟଲ ସ୍ଥାପନ କରାଯିବ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଥ ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଶଶୀ ଭୂଷଣ ବେହେରା, ସମ୍ମାନୀତ ଅତିଥି ଭାବେ ଶିଶୁ ଓ ମହିଳା ବିକାଶ ଓ ମିଶନ ଶକ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା ଓ ଶିଳ୍ପ ନିଦେ୍ର୍ଦଶକ ପ୍ରଣବ ଜ୍ୟୋତି ନାଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ଭାରପ୍ରାପ୍ତ ନିଦେ୍ର୍ଦଶକ ଡ. ସୁକାନ୍ତ କୁମାର ସାହୁ । ସେହିପରି ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନାଲକୋ ଚେୟାରମ୍ୟାନ ଏବଂ ପରିଚାଳନା ନିଦେ୍ର୍ଦଶକ ତପନ କୁମାର ଚାନ୍ଦ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପ୍ରାକ୍ତନ ଏମଏସଏମଇ ସଚିବ ପଂଚାନନ ଦାଶ, ବୁର୍ଲା ଏମସିଏଲ ଅର୍ଥ ନିଦେ୍ର୍ଦଶକ କେ ଆର ବାସୁଦେବନ, ଆଇଓସିଏଲର ମୁଖ୍ୟ ସାଧାରଣ ପରିଚାଳକ ଏସ ଶେକର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନିଦେ୍ର୍ଦଶକ ଶ୍ରୀ ସାହୁ କହିଛନ୍ତି । ସମ୍ବାଦିକ ସମ୍ମିଳନୀରେ ଡ. ପ୍ରଜ୍ଞା ପରମିତା ସାହୁ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଏମଏସଏମଇର ସହକାରୀ ନିଦେ୍ର୍ଦଶକ ଡି ସି ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ନିଦେ୍ର୍ଦଶକ ଏସ କେ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*