୨୫ ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ : ୧୬ଶହଙ୍କ ପ୍ରାଣହାନି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷର ମୌସୁମୀ ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି । ୨୫ ବର୍ଷ ଭିତରେ ଏତେ ପରିମାଣର ବର୍ଷା ହୋଇନଥିଲା । ତେଣୁ ବର୍ଷା ଓ ତା’ ସହ ଆସିଥିବା ବନ୍ୟା କାରଣରୁ ଦେଶର ମୋଟ୍‌ ୧୬ଶହ ଜଣ ଲୋକଙ୍କର ଜୀବନହାନି ଘଟିଛି । ମଙ୍ଗଳବାର ମଧ୍ୟ ଦୁଇଟି ଉତ୍ତର ଭାରତର ରାଜ୍ୟ ବନ୍ୟା ପ୍ରକୋପର ଘେରରେ ରହିଛନ୍ତି । ପ୍ରାୟତଃ ଭାରତରେ ମୌସୁମୀ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସକ୍ରିୟ ରୁହେ । ଏଥରକ ୧୦ ପ୍ରତିଶତ ଅଧିକ ବର୍ଷା ଗତ ୫୦ ବର୍ଷର ଆଭରେଜ ତୁଳନାରେ ହୋଇସାରିଲାଣି । ଅକ୍ଟୋବର ମାସ ସାରା ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଉଛି । ଏହି ଅଧିକ ବ୍ୟାପ୍ତ ହୋଇଥିବା ମୌସୁମୀ ଉତ୍ତରପ୍ରଦେଶ ଏବଂ ବିହାରରେ ପ୍ରଳୟ ସୃଷ୍ଟି କରିଛି । ଶୁକ୍ରବାରରୁ ମଙ୍ଗଳବାର ଭିତରେ ଏହି ଦୁଇ ରାଜ୍ୟରେ ବର୍ଷାଜନିତ ମୃତୁ୍ୟ ସଂଖ୍ୟା ୧୪୪କୁ ଛୁଇଁଛି । ବିହାରର ରାଜଧାନୀ ପାଟନାରେ ୨୦ଲକ୍ଷରୁ ବେଶୀ ଲୋକ ଏବେବି ଆଣ୍ଠୁବୁଡ଼ା ଅବସ୍ଥାରେ ଅଛନ୍ତି । ଖାଇବା ଜିନିଷ ସଂଗ୍ରହ କରିବା ଲୋକଙ୍କ ପାଇଁ କାଠିକର କାମ ହୋଇସାରିଛି । ଉତ୍ତରପ୍ରଦେଶରେ ଏହି ତିନିଦିନର ଭୀଷଣ ବର୍ଷା ୮ଶହ ଘର ଭାଙ୍ଗିଦେଇଥିବା ସରକାରୀ ଭାବେ କୁହାଯାଇଛି । ଏବେବି ବିହାର ଓ ଉତ୍ତରପ୍ରଦେଶର ଏକାଧିକ ସହରର ଅବସ୍ଥା ଅତ୍ୟନ୍ତ ଆଶଙ୍କାପୂର୍ଣ୍ଣ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*