୨୪ ଘଣ୍ଟାରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶରେ କରୋନାଭାଇରସ୍‌ର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୩ ଟି ଭାଇରସ୍‌ଜନିତ ମୃତୁ୍ୟ ମାମଲା ସାମନାକୁ ଆସିଛି । ମୁମ୍ବାଇରେ ଶନିବାର ରାତିରେ ଜଣେ ୬୩ ବର୍ଷୀୟ ମହିଳାଙ୍କ ମୃତୁ୍ୟ ହୋଇଥିଲା । ସେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗରେ ପୀଡିତ ଥିଲେ । ସେହି ଶନିବାର ରାତିରେ ହିଁ ପାଟନାଠାରେ ଭାଇରସ୍‌ ସଂକ୍ରମିତ ଜଣେ ୩୮ ବର୍ଷୀୟ ଯୁବକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୁଙ୍ଗେର ନୀବାସୀ ସୈଫ ଅଲୀ ନାମକ ଯୁବକ ନିକଟରେ ହିଁ କତାରରୁ ଫେରିଥିଲେ । ସେ ଗତ ମାର୍ଚ୍ଚ ୨୦ରେ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ସୈଫ୍‌କୁ ମଧୁମେହ ରୋଗରେ ପୀଡିତ ଥିବାବେଳେ ତାଙ୍କର କିଡନୀ ଖରାପ ଥିଲା । କରୋନା ଯୋଗୁ ୬୦ ବର୍ଷରୁ କମ୍‌ ବୟସରେ ମୃତୁ୍ୟର ଏହା ହେଉଛି ପ୍ରଥମ ମାମଲା । ଏତଦବ୍ୟତୀତ ରବିବାର ଗୁଜରାଟର ସୁରଟଠାରେ ଜଣେ ୬୭ ବର୍ଷୀୟ ବୟୋଜ୍ୟେଷ୍ଠଙ୍କ ପରଲୋକ ହୋଇଛି । ସେ ଆସ୍ଥାମା ରୋଗୀ ଥିଲେ ଏବଂ ତାଙ୍କର ୨ଟି ଯାକ କିଡନୀ ଫେଲ୍‌ ହୋଇଯାଇଥିଲା । ଏଥିସହିତ ଦେଶରେ କରୋନାଭାଇରସ୍‌ ଯୋଗୁ ମୃତକଙ୍କ ସଂଖ୍ୟା ୭ ହୋଇଯାଇଛି ।
ପାଟନା ଏମ୍ସର ସୁପରିଟେନେ୍ଦଣ୍ଟ ସିଏମ ସିଂହ ସୂଚନା ଦେଇଛନ୍ତି ଯେ, ସୈଫ ପୂର୍ବରୁ ହିଁ କରୋନା ରୋଗରେ ଆକ୍ରାନ୍ତ ଥିଲେ । ସେ ଡାୟଲିସିସ୍‌ରେ ଥିଲେ । ଏହା ସହ ତାଙ୍କଠାରେ କରୋନା ଲକ୍ଷଣ ମଧ୍ୟ ଦେଖାଯାଇଥିଲା । ତେଣୁ ତାଙ୍କର ସାମ୍ବୁଲ ଆରଏମଆରଆଇକୁ ପଠାଯାଇଥିଲା । ଶନିବାର ତାଙ୍କର ମୃତୁ୍ୟ ହୋଇଥିଲା । ରବିବାର ମିଳିଥିବା ତାଙ୍କ ଯାଞ୍ଚ ରିପୋର୍ଟରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏମ୍ସରେ ଏବେ ୬ଜଣ କରୋନା ସନ୍ଦିଗ୍ଧ ଅଛନ୍ତି । ସେମାନଙ୍କ ସାମ୍ପୁଲ୍‌ ଯାଞ୍ଚ ପାଇଁ ପଠାଯାଇଛି ।
୬ ମୃତକ ଥିଲେ ମଧୁମେହ ରୋଗୀ
ଗତ ମାର୍ଚ୍ଚ ୧୦ରେ କର୍ଣ୍ଣାଟକର କଲବୁର୍ଗୀଠାରେ ୭୫ ବର୍ଷୀୟ ସନ୍ଦିଗ୍ଧଙ୍କର ମୃତୁ୍ୟ ହୋଇଥିଲା । ଦିନକ ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ମାର୍ଚ୍ଚ ୧୩ରେ ଦିଲ୍ଲୀରେ ୬୮ ବର୍ଷୀୟ ବୟୋଜ୍ୟେଷ୍ଠଙ୍କର ମୃତୁ୍ୟ ହୋଇଥିଲା, ସେ ନିଜ ପୁଅଠାରୁ ସଂକ୍ରମିତ ହୋଇଥିଲେ । ଏହାର ୪ ଦିନ ପରେ ମାର୍ଚ୍ଚ ୧୭ରେ ମୁମ୍ବାଇର କସ୍ତୁରବା ହସପିଟାଲରେ ୬୪ ବର୍ଷୀୟ ମହିଳାଙ୍କ ମୃତୁ୍ୟ ହୋଇଥିଲା । ମାର୍ଚ୍ଚ ୧୮ରେ ପଞ୍ଜାବର ନୱାଂଶହରର ପଠଲାୱା ଗ୍ରାମରେ ୭୦ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମଣରେ ପ୍ରାଣ ହରାଇଥିଲେ । ମାର୍ଚ୍ଚ ୨୧ ରାତିରେ ପାଟନା ଏବଂ ମୁମ୍ବାଇଠାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ । ଏସମସ୍ତେ ଡାଇବେଟିସ୍‌ ରୋଗରେ ପୀଡିତ ଥିବା ଜଣାପଡିଛି ।
ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୪୯ ଛୁଇଁଲା
ଦେଶରେ ଏବେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯ରେ ପହଞ୍ଚôଛି । ଏହା ଉପରେ ରୋକ ଲଗାଇବା ପାଇଁ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଇନ୍‌ ଘୋଷଣା କରିଛନ୍ତି ସରକାର । ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଭାଇରସ୍‌ର ସ୍ଥିତି ସବୁଠାରୁ ଅଧିକ ଗମ୍ଭୀର ଅଛି । ଗତ ୨୪ ଘଣ୍ଟାରେ ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଏଥିମଧ୍ୟରୁ ୬ଟି ମୁମ୍ବାଇ ଏବଂ ୪ଟି ପୁନେରୁ ମିଳିଛି । ଏଥିସହିତ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚôଛି । ଏମାନଙ୍କର ରାଜ୍ୟର ଭିନ୍ନ ଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ରାଜ୍ୟର ସମସ୍ତ ସ୍କୁଲ-କଲେଜ, ଜିମ୍‌ ଏବଂ ସ୍ୱିମିଂ ପୁଲ୍‌ ବନ୍ଦ କରିଦିଆଯାଇଛି । ସେହିପରି ରବିବାର ୨୬୩ ଭାରତୀୟଙ୍କୁ ନେଇ ଏୟାର ଇନ୍ଦିଆ ବିମାନ ଇଟାଲୀରୁ ଦିଲ୍ଲୀରେ ପହଞ୍ଚôଥିଲା । ସେମାନଙ୍କୁ ଭିନ୍ନ ଏକ ରାସ୍ତା ଦେଇ ଏୟାରପୋର୍ଟରୁ ବାହାରକୁ ଅଣାଯାଇଥିଲା । ସମସ୍ତଙ୍କୁ ଛାବଲାସ୍ଥିତ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା । ଇଟାଲୀରେ ଏବେବି ୫୦୦ ଭାରତୀୟ ଛାତ୍ର ଫଶି ରହିଛନ୍ତି । ତେଣୁ ସେମାନଙ୍କୁ ଆଣିବା ପାଇଁ ପୁଣିଥରେ ବିମାନ ସେଠାକୁ ଯାଇପାରେ ।
ବିଶ୍ୱରେ କରୋନା ସ୍ଥିତି
ଦୁନିଅାଁରେ କରୋନା ଭାଇରସର ପ୍ରକୋପ ଥମିବାରେ ନାଁ ନେଉନାହିଁ । ରବିବାର ଯାଏ କରୋନା ସଂକ୍ରମଣରେ ବିଶ୍ୱର ୧୮୮ ଦେଶ ପ୍ରଭାବିତ ହୋଇଥିବା ଜଣାପଡିଛି । ଏହି ଅବସରରେ ୩,୧୬,୦୨୯ ଟି କରୋନା ସଂକ୍ରମଣ ମାମଲା ସାମନାକୁ ଆସିଥିବାବେଳେ ୧୩,୫୯୭ ଲୋକ ଏହା ଯୋଗୁ ପ୍ରାଣ ହରାଇସାରିଛନ୍ତି । ଏହାମଧ୍ୟରେ କେବଳ ଆଶ୍ୱସ୍ତର କଥା ଗୋଟିଏ ହେଉଛି, ଇତିମଧ୍ୟରେ ୯୫,୮୯୨ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି । ଇଟାଲୀରେ ଗତ ୨୪ ଘଣ୍ଟାରେ ୭୯୩ ଜଣ ଲୋକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ସେହିପରି ସ୍ପେନରେ ଗତ ୨୪ ଘଣ୍ଟାରେ ୩୪୪ ଜଣ ଏବଂ ଇରାନରେ ୧୨୯ଜଣଙ୍କର ଜୀବନ ଯାଇଛି । ସ୍ପେନ୍‌ ପ୍ରଧାନମନ୍ତ୍ରୀ ପିଏମ ପେଡ୍ରୋ ସାଂଚେଝେ ରବିବାର କହିଛନ୍ତି ଯେ, ଆଗାମୀ ସମୟ ଆହୁରି କଷ୍ଟକର ହେବାର ସମ୍ଭାବନା ରହିଛି । ଅନ୍ୟପଟେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବରିଶ ଜନସନ୍‌ ଦେଶବାସୀଙ୍କୁ ଗାଇଡ୍‌ଲାଇନସ୍‌କୁ କଡାକଡିଭାବେ ପାଳନ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ପରିସ୍ଥିତି ନସୁଧୁରେ, ତେବେ ଆସନ୍ତା ୨ ସପ୍ତାହରେ ବ୍ରିଟେନର ପରିସ୍ଥିତି ଇଟାଲୀ ଭଳି ହୋଇଯିବ ବୋଲି ସେ କହିଛନ୍ତି । ଆମେରିକାର ଏକ ଜେଲ୍‌ରେ ୩୮ ଜଣ କଏଦୀଙ୍କଠାରେ କରୋନା ଭୁତାଣୁ ମିଳିଛି । ସେମାନଙ୍କୁ ଜେଲ ମଧ୍ୟରେ କ୍ୱାରେଣ୍ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ କରୋନାଗ୍ରସ୍ତ ଇରାନକୁ ଆମେରିକା ବଢାଇଥିବା ସାହାଯ୍ୟର ହାତକୁ ତେହେରାନ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*