୨୪ ଘଣ୍ଟାରେ ୨ ଏନକାଉଣ୍ଟର ଜିତୁ ପରେ ମୁନା ଏସ୍‌ସିବିରେ ଭର୍ତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ/ଟାଙ୍ଗୀ-ଚୌଦ୍ୱାର

ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ତତ୍ପର ହୋଇଉଠିଛି । ୨ ଦିନରେ କରିଛି ଦୁଇଟି ଏନକାଉଣ୍ଟର । ରବିବାର ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ(୨୮)କୁ ଏନକାଉଣ୍ଟର କରାଯାଇଥିବାବେଳେ ସୋମବାର ପୁଲିସ ଟାର୍ଗେଟରେ ଥିଲା ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ (୨୪) । ଏନକାଉଣ୍ଟରର ପରେ ମୁନା ନିକଟରୁ ଗୋଟିଏ ୯ଏମଏମ ଦେଶୀ ବନ୍ଧୁକ, ଗୋଟିଏ ମାଗାଜିନ ସହ ଗୋଟିଏ ଜୀବନ୍ତ ଗୁଳି, ଦୁଇଟି ଖାଲି କ୍ୟାଟରିଜ ଓ ଗୋଟିଏ ନମ୍ବର ବିହୀନ କଳା ରଙ୍ଗର ବାଇକ ଜବତ ହୋଇଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । ରବିବାର ଚୌଦ୍ୱାର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡÿ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗରର ଜିତୁ ଓରଫ ଅଜୟ ସାହୁକୁ ଏନକାଉଣ୍ଟର କରିଥିଲା । ଆହତ ଅବସ୍ଥାରେ ଜିତୁକୁ ଏସସିବିରେ ଭର୍ତ୍ତି କରାଯାଇଛି । ପୁଲିସ ତା ନିକଟରୁ ଗୋଟିଏ ୯ଏମଏମ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖାଲି କ୍ୟାଟ୍ରିଜ୍ ଓ ଗୋଟିଏ ନମ୍ବର ବିହୀନ ଆପାଚି ମଟରସାଇକେଲ ଜବତ କରିଛି । ଜିତୁ ବିରୋଧରେ ଢେଙ୍କାନାଳ ସଦର ଥାନାରେ ୫, ବାରଙ୍ଗ , ଆଠଗଡ ଓ ଚାଉଳିଆଗଂଜ ଥାନାରେ ୨ଟି ଲେଖାଏ ଏବଂ ସାଲେପୁର, ବଡମ୍ବା, ଚୌଦ୍ୱାର, କନ୍ଦରପୁର ଓ ମଧୁପାଟଣା ଥାନାରେ ଗୋଟିଏ ଲେଖାଏ ମାମଲା ରହିଥିବା ଜଣାପଡିଛି । ସେହିପରି ପୁଲିସ ଟାର୍ଗେଟରେ ଥିବା ମୁନା ଭୟରେ କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହିବା ପରେ ସୋମବାର ଭୋର ସମୟରେ ନିଜ ଗାଁକୁ ପଳାଇଯିବା ପାଇଁ ଉଦ୍ୟମ କରିଥିଲା । ସେ ଏକ ନମ୍ବର ବିହୀନ ବାଇକ ଯୋଗେ ଚୌଦ୍ୱାରରୁ ନୂଆପାଟଣା ଧବଳେଶ୍ୱର ରାସ୍ତା ଦେଇ ଢେଙ୍କାନାଳ ଯାଉଥିବା ଖବର ସ୍କ୍ୱାର୍ଡକୁ ସୂଚନା ମିଳିଥିଲା । ଧବଳେଶ୍ୱର ନୂଆପାଟଣା ରାସ୍ତାରେ ପୂର୍ବରୁ ପୁଲିସ ଜଗିରହିଥିଲା । ଏହି ରାସ୍ତାଦେଇ ମୁନା ଯିବାବେଳେ ଚୌଦ୍ୱାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ସହ ସ୍କାର୍ଡ ତା’ର ପିଛା କରିଥିଲେ । ମୁନା ଧରାପଡ଼ିବା ଆଶଙ୍କାରେ ପୁଲିସ ଟିମ ଉପରକୁ ଗୋଟିଏ ରାଉନ୍ଦ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ନିଜ ସର୍ଭିସ ବନ୍ଧୁକରୁ ଗୋଟିଏ ରାଉନ୍ଦ ଗୁଳି ଚଳାଇଥିଲେ । ତେବେ ମୁନା ପୁଣି ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ଥାନା ଅଧିକାରୀଙ୍କ ପାଲଟା ଆକ୍ରମଣ କରିଥିଲେ । ଗୁଳି ମୁନାର ବାମ ଗୋଡରେ ବାଜିବାରୁ ସେ ତଳେ ପଡିଯାଇଥିଲା । ଅଭିଯୁକ୍ତ ମୁନା ନାମରେ ଢେଙ୍କାନାଳ ସଦର ଥାନାରେ ୪ଟି, ବାରଙ୍ଗ ଥାନାରେ ୨ଟି, ଆଠଗଡ ଥାନାରେ ୨ଟି, ଚୌଦ୍ୱାର, ବାଦାମବାଡି ଓ ଢେଙ୍କାନାଳ ଟାଉନ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ଆହତ ମୁନାକୁ ଚିକିତ୍ସା ନିମନ୍ତେ ଏସସିବିମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଗତ ସେପ୍ଟେମ୍ବର ୨୪ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ପୁରୀରୁ ଢେଙ୍କାନାଳକୁ ଲାଲା ଲଳିତ ସିଂହ ସପରିବାର ସହ ଏକ କାରରେ ଯାଉଥିଲେ । ତାଙ୍କୁ ନୂଆପାଟଣା ରାଇସ୍ ମିଲ୍ ନିକଟରେ କେତେକ ଦୁର୍ବୃତ୍ତ ଗୁଳି କରି ଟଙ୍କା ଓ ସୁନା ଛଡାଇ ନେଇଥିଲେ । ଆହତ ଶ୍ରୀ ସିଂହଙ୍କୁ ଚକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏନେଇ ଚୌଦ୍ୱାର ଥାନାରେ ୩୪୩/୧୯ରେ ଆଇପିସି ୩୯୪, ୩୯୭, ୩୦୨ ଏବଂ ଅସ୍ତ୍ରଶସ୍ତ୍ର ଧାରା ୨୫ ଓ ୨୭ରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଜାରି ରଖଥିଲା । ତଦନ୍ତ ସମୟରେ ଜିତୁ ଓ ମୁନାର ସମ୍ପୃକ୍ତି ଥିବା ଜଣାପଡିଥିଲା । ଉଭୟ ନିୟମିତ ଭାବେ ବନ୍ଧୁକ ମୁନରେ ଲୁଟ୍୍ପାଟ୍ କରିଆସୁଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଜିତୁର ମା’ ଭଉଣୀ ଓ ପ୍ରେମିକା ଗିରଫ
ରବିବାର ପୁଲିସ ଏନକାଉଣ୍ଟରରେ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଅଜୟ ସାହୁର ମା’, ଭଉଣୀ ଓ ପ୍ରେମିକାକୁ ପୁଲିସ ସୋମବାର ଗିରଫ କରିଛି । ଜିତୁ ଲୁଟ କରି ଆଣୁଥିବା ଜିନିଷ ସବୁ ଏମାନେ ଲୁଚାଇ ରଖୁଥିବାର ପୁାଲିସ କହିଛି । ଡକାୟତି ସାମଗ୍ରୀ ରଖିବା, ବ୍ୟବହାର କରିବା ଏବଂ ଜିତୁକୁ ଅପରାଧ ଘଟାଇବା ପାଇଁ ପ୍ରୋତ୍ସାହିତ କରିବା ଆଦି ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରେମିକା ମହିଦାସ ବଜାରର ଶରତ କୁମାର ସିଂହଙ୍କ ଝିଅ ଜିନା ଓରଫ ସୁନିତା ସିଂହକୁ ଖୁସି କରିବା ପାଇଁ ଜିତୁ ଲୁଟ କରି ଆଣୁଥିବା ଜିନିଷ ସବୁ ତାକୁ ଗିପ୍ଟ ଦେଉଥିଲା । ସେହିପରି ଜିତୁର ବିବାହିତା ଭଉଣୀ ତଥା ଚାଉଳିଆଗଂଜ ତଳସାହିର ବିଶ୍ୱନାଥ ମହଲାଙ୍କ ପନôୀ ଅନୁ ଓରଫ ଲକ୍ଷ୍ମୀପ୍ରିୟା ମହଲା ଏବଂ ଜିତୁର ମା’ ଚାଉଳିଆଗଂଜ ଅପାଣିଆର ସୁରେଶ ସାହୁଙ୍କ ପନôୀ ମାଳତୀ ଓରଫ କାଂଚନ ସାହୁ ଜିତୁକୁ ଅପରାଧ ଘଟାଇବା ପାଇଁ ପ୍ରୋତ୍ସାହିତ କରୁଥିବାର ପୁଲିସ ସୂଚନା ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*