୨୪ତମ ଗ୍ରାନ୍ଦସ୍ଲାମ୍ ସନ୍ଧାନରେ ରହିବେ ସେରେନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପ୍ୟାରିସ୍
ଆସନ୍ତା ସପ୍ତାହରେ ରୋଲାନ୍ଦ ଗ୍ୟାରସରେ ଫ୍ରେଞ୍ଚ ଓପନ ଆରମ୍ଭ ହେଲା ବେଳେ ସମସ୍ତଙ୍କ ନଜର ରହିବ ସେରେନା ୱିଲିୟମ୍ସଙ୍କ ଉପରେ । ପୁଣି ସେ ୨୪ତମ ଗ୍ରାନ୍ଦସ୍ଲାମ୍ ଟାଇଟେଲ ଜିତିବାର ପ୍ରୟାସ କରିବେ । ୟୁଏସ୍ ଓପନରେ ତାଙ୍କର ସେ ଆଶା ପୂରଣ ହୋଇନାହିଁ । ଅଷ୍ଟ୍ରେଲିଆର ମହାନ୍ ମହିଳା ଖେଳାଳି ମାର୍ଗାରେଟ କୋର୍ଟଙ୍କ ୨୪ତମ ଟାଇଟେଲର ବରାବର କରିବା ପାଇଁ ଦୀର୍ଘଦିନ ହେଲାଣି ପ୍ରୟାସ ରତ ଅଛନ୍ତି ସେରେନା । ବିଶ୍ୱର ୧ ନମ୍ବର ମହିଳା ଖେଳାଳି ତଥା ଏଠାରେ ଗତ ଥରର ଚମ୍ପିଆନ ଆସ୍ଲେ ବାର୍ତ୍ତି ଏବଂ ୨୦୧୯ ତଥା ୨୦୨୦ ୟୁଏସ୍ ଚମ୍ପିଆନ ଯଥାକ୍ରମେ ବିୟାନ୍କୋ ଆନେ୍ଦ୍ରସ୍କୁ ଓ ନାଓମୀ ଓସାକା ଫ୍ରେଞ୍ଚ ଓପନରୁ ଏଥର ଓହରି ସାରିଛନ୍ତି । ତେଣୁ ସେରେନାଙ୍କ ଲାଗି ସୁଯୋଗ ବନିଛି ବୋଲି ଜନ୍ମିଛି ଧାରଣା । ତେବେ ୯ମ ର୍ୟାଙ୍କରେ ଥିବା ସେରେନାଙ୍କ ପାଇଁ ଏଠାରେ ଚମ୍ପିଆନ୍ ହେବା ସହଜ ହୋଇନପାରେ । ଫ୍ରେଞ୍ଚ ଓପନରେ ୩ଥର ଚମ୍ପିଆନ ହୋଇଛନ୍ତି ସେ । ଶେଷ ଥର ପାଇଁ ମହିଳା ସିଙ୍ଗଲ୍ସ ଟାଇଟେଲ ଜିତିଥିଲେ ୨୦୧୫ ମସିହାରେ । ଏଠାରେ ଏଥର ତାଙ୍କୁ ଭିକ୍ଟୋରିଆ ଆଜାରେଙ୍କା,ଗାରବାଇନ ମୁଗୁରୁଜା ଏବଂ ସିମୋନା ହାଲେପ ଜ୍ୟାଲେଞ୍ଜ ପ୍ରସ୍ତୁତ କରିବେ । ଇଟାଲିଆନ୍ ଓପନରେ ଖେଳିନଥିବା ସେରେନାଙ୍କ ପାଇଁ ଶୀଘ୍ର ହାର୍ଡ଼ କୋର୍ଟ ଲୟକୁ କ୍ଲେ କୋର୍ଟରେ ରୁପାନ୍ତରିତ କରିବାକୁ ପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*