୨୩ରେ କର୍ତ୍ତାରପୁର ଚୁକ୍ତି ସ୍ୱାକ୍ଷର କରିବ ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

କର୍ତ୍ତାରପୁର କରିଡର ନେଇ ଭାରତ ଆସନ୍ତା ୨୩ ତାରିଖରେ ପାକିସ୍ତାନ ସହ ବୁଝାମଣା ସ୍ୱାକ୍ଷର କରିବ । ଭାରତର ବିରୋଧ ପରେ ବି ପାକିସ୍ତାନ କରିଡର ବ୍ୟବହାର କରିବାକୁ ଥିବା ପ୍ରତି ଭାରତୀୟ ଶ୍ରଦ୍ଧାଳୁଙ୍କ ପିଛା ୨୦ ଆମେରିକୀୟ ଡଲାର(ପାଖାପାଖି ୧୫୦୦ ଟଙ୍କା) ନେବାକୁ ଅଡି ବସିଥିବା ସତ୍ତ୍ୱେ ଭାରତ ସରକାର ଶ୍ରଦ୍ଧାଳୁଙ୍କ ଭାବନାକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ ସହ ଚୁକ୍ତି ସ୍ୱାକ୍ଷର କରିବାକୁ ନିଷ୍ପତ୍ତିି ନେଇଛନ୍ତି ।
ପାକିସ୍ତାନସ୍ଥିତ ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ବିନା ଭିସାରେ ଯିବାକୁ ଶ୍ରଦ୍ଧାଳୁ ଦାବି କରିଥିଲେ । ତେଣୁ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ କରିଡରକୁ କାର୍ଯ୍ୟକ୍ଷମ କରିବା ସକାଶେ ସରକାର ଆସନ୍ତା ଅକ୍ଟୋବର ୨୩ରେ ଚୁକ୍ତି ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି । ପାକିସ୍ତାନ ପକ୍ଷ କରିଡର ନେଇ ଚୁକ୍ତି ସ୍ୱାକ୍ଷର କରିବାକୁ ରାଜି ଅଛନ୍ତି । ହେଲେ ସେମାନେ ପ୍ରତି ଶ୍ରଦ୍ଧାଳୁଙ୍କ ନିକଟରୁ ୨୦ ଆମେରିକୀୟ ଡଲାର ଆଦାୟ କରିବାକୁ ଚାହୁଁଛନ୍ତି । ଆଉ ଭାରତ ମଧ୍ୟ ଏହା କରିବାକୁ ରାଜି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହେଲେ ଶ୍ରଦ୍ଧାଳୁଙ୍କଠାରୁ ଫି ଆଦାୟ କରିବା ଅତ୍ୟନ୍ତ ନିରାଶଜନକ । ତେଣୁ ଇସଲାମାବାଦ ଏହି ଫି ଆଦାୟ କଥାର ପୁନର୍ବିଚାର କରୁ ବୋଲି ନୂଆଦିଲ୍ଲୀ ଚାହୁଁଛି ବୋଲି ମଧ୍ୟ ବିବୃତିରେ ଉଲ୍ଲେଖ କରାଯାଇଛି ।
ପ୍ରକାଶ ଥାଉ କି, ଗତ ଅକ୍ଟୋବର ୧୯ରେ କରିଡର ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବାର ଥିଲା । ହେଲେ ଫି’ ପ୍ରସଙ୍ଗ ନେଇ ଏହି ଚୁକ୍ତି ସ୍ୱାକ୍ଷରରେ ବିଳମ୍ବ ହୋଇଥିଲା । କର୍ତ୍ତାରପୁର କରିଡର ପଞ୍ଜାବର ଗୁରୁଦାସପୁରସ୍ଥିତ ଦେରା ବାବା ସାହିବକୁ କର୍ତ୍ତାରପୁରର ଦରବାର ସାହିବକୁ ସଂଯୋଗ କରୁଛି । ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ କର୍ତ୍ତାରପୁର କରିଡର ଦେଇ ଭାରତୀୟ ଶ୍ରଦ୍ଧାଳୁ କର୍ତ୍ତାରପୁର ସାହିବ ଗୁରୁଦ୍ୱାରାଠାରେ ପହଞ୍ଚô ଦର୍ଶନ କରିପାରିବେ । ପାକିସ୍ତାନ ଦୈନିକ ୫ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସହମତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*