୨୩ରୁ ମୋଦୀଙ୍କ ମିଶନ ବିହାର ୧୨ଦିନରେ ୧୨ ରାଲି, ପ୍ରତି ମଞ୍ଚରେ ରହିବେ ନୀତୀଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପାଟନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ରୁ ଆରମ୍ଭ କରିବେ ମିଶନ ବିହାର । ବିହାର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସେ ୧୨ଟି ରାଲିରେ ସମ୍ବୋଧନ କରିବେ । ବଡ଼କଥା ହେଉଛି ପ୍ରତି ମଞ୍ଚରେ ଉପସ୍ଥିତ ରହିବେ ଜଦୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଅକ୍ଟୋବର ୨୩ରେ ମୋଦୀ ପ୍ରଥମ ରାଲି କରିବେ ଶାସାରାମ, ଗୟା ଏବଂ ଭାଗଲପୁରରେ । ଅକ୍ଟୋବର ୨୮ରେ ଦ୍ୱିତୀୟ ରାଲି ଦରଭଙ୍ଗା, ମୁଜାଫରପୁର ଏବଂ ପାଟନାରେ ହେବ । ନଭେମ୍ବର ୧ ତୃତୀୟ ରାଲି ଛପରା, ମୋତିହାରି ଏବଂ ସମସ୍ତିପୁରରେ ହେବ । ମୋଦୀଙ୍କ ଶେଷ ରାଲି ନଭେମ୍ବର ୩ ରେ ସହର୍ସା, ଅରରିଆ ଏବଂ ବୋତିଆରେ ହେବ ।
ବର୍ତ୍ତମାନ ଠାରୁ ବିହାରରେ ଏନ୍‌ଡିଏ ପକ୍ଷରୁ ଧୂଆଁଧାର ପ୍ରଚାର ଆରମ୍ଭ ହୋଇଗଲାଣି । ନୀତୀଶ କୁମାର ଲଗାତାର ଜନସଭା କରୁଛନ୍ତି । ପୂର୍ବରୁ ନୀତୀଶ ଭର୍ଚ୍ଚୁଆଲ ରାଲି କରୁଥିଲା ବେଳେ ଏବେ ପ୍ରକୃତ ରାଲି ଆରମ୍ଭ କଲେଣି ।
ସେହିପରି ରାଜ୍ୟରେ ଭାଜପା ପକ୍ଷରୁ ଦଳର ଅଧ୍ୟକ୍ଷ ଜେପି ନ‡ା ପ୍ରଚାର ଅଭିଯାନରେ ରହିଛନ୍ତି । ଆଉ ୨୩ ତାରିଖରୁ ମୋଦୀ ଆରମ୍ଭ କରିବେ ପ୍ରଚାର । ପୁଣି ଥରେ ବିହାର କ୍ଷମତାକୁ ହାସଲ କରିବା ନେଇ ଏନ୍‌ଡିଏ ନିଶ୍ଚିତ ରହିଛି । ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକଟ କରୁଥିଲା କର୍ମୀମାନେ । କିଛି ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ ଦେଇ ପ୍ରକୃତ କର୍ମୀଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ ହେଉଛି । ଏପରିକି ୧୮ ରୁ ଅଧିକ ସ୍ଥାନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇ ଏନ୍‌ଡିଏକୁ ଜିତିବାର ସୁଯୋଗ ଦେଇସାରିଛି ବୋଲି କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*