୨୨ତମ ବିଶ୍ୱ ଟାଇଟଲ ଜିତିଲେ ପଙ୍କଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନିଜ କ୍ୟାରିୟରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି ଭାରତୀୟ କୁ୍ୟ ସ୍ପୋର୍ଟ୍ସର ମହାନତମ ଖେଳାଳି ପଙ୍କଜ ଆଡଭାନୀ । ମିଆଁମାର ମାନ୍ଦାଲେ ଠାରେ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ପଙ୍କଜ ବିଜୟ ଲାଭ କରି ବିଶ୍ୱ ବିଲିୟାର୍ଡସ ଚମ୍ପିଆନସିପ୍‌ରେ ହାସଲ କରିଛନ୍ତି ଟାଇଟଲ । ୨୦୧୪ ମସିହାରୁ ପେସାଦାର ବନିବା ଠାରୁ ୩୪ବର୍ଷିୟ ପଙ୍କଜ ପ୍ରତ୍ୟେକ ବର୍ଷ ନିଶ୍ଚିତ ଭାବେ ଦେଶ ପାଇଁ ଆଣିଛନ୍ତି ଗୋଟିଏ ଲେଖାଏଁ ବିଶ୍ୱ ଟ୍ରଫି । ୧୫୦ ଅପ୍‌ ଫର୍ମାଟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଲଗାତାର ୪ର୍ଥ ବର୍ଷ ପାଇଁ ଚମ୍ପିଆନ୍‌ ହୋଇଛନ୍ତି ଆଡଭାନୀ । ଗତଥର ଭଳି ଫାଇନାଲରେ ପଙ୍କଜ ମିଆଁମାରର ଖେଳାଳି ନେ ଥାଉୟେ ଓଙ୍କୁ ୬-୨ଫେମ୍‌ରେ ଫାଇନାଲରେ ହରାଇଥିଲେ । ତିନୋଟି ଚମକ୍ରାର ବ୍ରେକ୍‌ ସହ ପଙ୍କଜ ଖେଳର ମଧ୍ୟାନ୍ତର ବେଳକୁ ୩-୦ରେ ଆଗେଇ ସାରିଥିଲେ । ନିଜ କ୍ୟାରିୟରରେ ୨୨ତମ ବିଶ୍ୱ ଟାଇଟଲ ଅର୍ଜନ କରିବା ପରେ ପଙ୍କଜ କହିଛନ୍ତି ପ୍ରତିଥର ମୁଁ କୌଣସି ବିଶ୍ୱ ପ୍ରତିଯୋଗିତାରେ ଭାଗ ନେଲା ବେଳେ ଗୋଟିଏ କଥା ସ୍ପଷ୍ଟ କରିଥାଏ ଯେପରି ମୁଁ ଭିତରର ଉତ୍ସାହ କମିବ ନାହିଁ ବୋଲି । ଆଜିର ବିଜୟ ପ୍ରମାଣିତ କରିଛି ଯେ ମୋ ଭିତରେ ବିଶ୍ୱ ଟାଇଟଲ ଅର୍ଜନ କରିବାର କ୍ଷୁଧା ଆଜି ମଧ୍ୟ ଜୀବିତ ଅଛି ବୋଲି ସେ ମ୍ୟାଚ୍‌ ସରିବା ପରେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*