୨୨ତମ କଳିଙ୍ଗ ପୁସ୍ତକ ମେଳା ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

୨୨ ତମ କଳିଙ୍ଗ ପୁସ୍ତକ ମେଳା ଓ ଶିଶୁ ମହୋତ୍ସବ ଶୁକ୍ରବାର ଠାରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜଳନ କରି ଏହି ବହି ମେଳାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପଦ୍ମଭୂଷଣ ଡଃ ରମାକାନ୍ତ ରଥ, ବିଶିଷ୍ଟ ଲେଖକ ଡଃ ସାତକଡ଼ି ହୋତା, ପ୍ରମୁଖ ଶାସନ ସଚିବ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ବିଜୟ କୁମାର ନାୟକ ଏବଂ ଅଧ୍ୟାପକ ତଥା ଲେଖକ ବିଶ୍ୱରଞ୍ଜନ ପୁସ୍ତକରେ ଯୋଗଦାନ କରି ପୁସ୍ତକ ମେଳାର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପୁସ୍ତକ ମେଳା ସମ୍ବନ୍ଧରେ ସର୍ବଶେଷ ବିବରଣୀ ପ୍ରଦାନ କରିଥିଲେ । ଏହିଠାରେ ଉଲ୍ଲେଖଯୋଗ୍ୟ, ୨୨ତମ କଳିଙ୍ଗ ପୁସ୍ତକ ମେଳା ୧ରୁ ୧୦ ତାରିଖ ପର୍ଯ୍ୟନ୍ତି ଦୀର୍ଘ ୧୦ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨ ଶହରୁ ଉଦ୍ଦ୍ୱର୍ ପୁସ୍ତକ ପ୍ରକାଶକ, ବିତରକ ଓ ବିକ୍ରେତା ମାନେ ଯୋଗ ଦେଇଛନ୍ତି । ତାହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୁସ୍ତକ ଶିଳ୍ପ ସମ୍ବନ୍ଧୀୟ ଅନୁଷ୍ଠାନ ମାନେ ଅଂଶ ଗ୍ରହଣ କରିଛନ୍ତି । ତେବେ ପ୍ରତ୍ୟେକ ଦିନ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ମନୋରମ ସାରସ୍ୱତ ଓ ସାମାଜିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପୁସ୍ତକର ମେଳାର ସମ୍ପାଦିକା ରେଣୁକା ମିଶ୍ର କହିଛନ୍ତି । କାର୍ଯ୍ୟକ୍ରମକୁ ମଧୁମିତା ସଂଯୋଜନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*