୨୦ ପୂର୍ବରୁ ରାଜ୍ୟ ଭାଜପା ସଭାପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ୨୦ତାରିଖ ପୂର୍ବରୁ ରାଜ୍ୟ ଭାଜପାର ନୂଆ ସଭାପତି ନିଯୁକ୍ତ ହୋଇପାରନ୍ତି । ଜିଲ୍ଲା ନିର୍ବାଚନ ପ୍ରକି୍ରୟା ୧୬ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ଭାଜପା ପକ୍ଷରୁ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ଭାଜପା ମୁଖପାତ୍ର ତଥା ରାଜ୍ୟର ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ।
ଶ୍ରୀ ରାୟ କହିଛନ୍ତି ଯେ, ଦେଶର ସବୁଠୁ ବଡ ରାଜନୈତିକ ଦଳ ଭାଜପାରେ ଗଣତାନ୍ତ୍ରିକ ପଦ୍ଧତିରେ ବୁଥ୍‌ ସଭାପତି, ମନ୍ଦଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ବୁଥ ଗଠନ ଓ ମନ୍ଦଳ ନିର୍ବାଚନ ଶେଷ ପରେ ଜିଲ୍ଲା ନିର୍ବାଚନ ଓ ପରେ ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ଦୌଡରେ କିଏ କିଏ ଅଛନ୍ତି ସେ ସମ୍ପର୍କରେ ଶ୍ରୀ ରାୟ କୌଣସି ସୂଚନା ଦେଇନଥିଲେ ମଧ୍ୟ ପଦ ପାଇଁ ଅନେକ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଶ୍ରୀ ରାୟ କହିଛନ୍ତି ଯେ, ଭାଜପାର ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହୋଇଛି । ଏହି ସଂଖ୍ୟା ୫୦ଲକ୍ଷ ଟପିଛି । ଜୁଲାଇ ୬ତାରିଖରୁ ଆରମ୍ଭ ହୋଇଥିବା ସଂଗଠନ ପର୍ବ ୨୦୧୯ ଡିସେମ୍ବରରେ ଶେଷ ହେବ । ୩୭ହଜାର ବୁଥରୁ ୨୪୫୩୫ ବୁଥ କମିଟି ଗଠନ ସରିଥିଲାବେଳେ ୧୦୦୪ମନ୍ଦଳରୁ ୯୦୦ରୁ ଅଧିକ ମନ୍ଦଳରେ ନିର୍ବାଚନ ଶେଷ ହୋଇଛି । ଦଳର ସମ୍ବିଧାନ ଅନୁସାରେ ମନ୍ଦଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପ୍ରକି୍ରୟା ଆରମ୍ଭ ହୋଇଥାଏ । ୧୪, ୧୫ ଓ ୧୬ତାରିଖରେ ୨୭ଟି ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ ହେବ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ସାଂସଦ ରାଜୀବ ପ୍ରତାପ ରୁଡ଼ି ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଅଛନ୍ତି । ଗତକିଛି ମାସ ଧରି ପଦଯାତ୍ରା, ବ୍ଲକ ଘେରାଉ ଓ ଅନ୍ୟ କାର୍ଯ୍ୟକ୍ରମ ସତ୍ୱେ ସାଙ୍ଗଠନିକ କାର୍ଯ୍ୟକ୍ରମ ଧାର୍ଯ୍ୟ ସମୟ ମଧ୍ୟରେ ସରିଛି । ଏହା ଭାଜପାର ଆଭ୍ୟନ୍ତରୀଣ ପରିଚାଳନା ସାଙ୍ଗଠନିକ ଦକ୍ଷତାକୁ ପ୍ରତିପାଦିତ କରୁଛି ବୋଲି ଶ୍ରୀ ରାୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳୀନରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*