୨୦ ଜୁଆଡି ଗିରଫ :୨୧ ମୋବାଇଲ, ୧୨ବାଇକ ଓ ଗୋଟିଏ କାର ସହ ନଗଦ ୬ଲକ୍ଷ ୩୮ହଜାର ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:କଟକ,

କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ମଙ୍ଗୁଲି ଛକ ବେଆଇନ କାରବାରର ପେଣ୍ଠସ୍ଥଳୀ । ନକଲି ତେଲ, ଗୁଟ୍କା ଓ ସିମେଣ୍ଟ ପ୍ରସ୍ତୁତ ପାଇଁ ଅପଖ୍ୟାତି ଅର୍ଜନ କରିଥିବା ମଙ୍ଗୁଳିଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଠାବ କରାଯାଇଛି । ପୁଲିସ ଆଡ୍ଡା ଉପରେ ଚଢାଉ କରି ୨୦ ଜୁଆଡ଼ିଙ୍କୁ ଗିରଫ କରିଛି । କିନ୍ତୁ ଜୁଆ ଆଡ୍ଡାର କିଙ୍ଗ୍ମେକରକୁ ପୁଲିସ ଧରିବାରେ ବିଫଳ ହୋଇଛି । ଗିରଫ ଜୁଆଡିଙ୍କ ନିକଟରୁ ପୁଲିସ ୨୧ଟି ମୋବାଇଲ ଫୋନ୍, ୧୨ଟି ବାଇକ୍, ଗୋଟିଏ କାର ଓ ଖେଳ ସାମଗ୍ରୀ ସହ ନଗଦ ୬ଲକ୍ଷ ୩୮ହଜାର ୨୯୦ଟଙ୍କା ଜବତ କରିଥିବା କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ କଟକ ମଙ୍ଗଳାବାଗ ଥାନା ରାଣୀହାଟ ତେଲିସାହିର ଦୋଳଗୋବିନ୍ଦ ସାହୁ(୩୬), ମାଛୁଆ ବଜାରର ହେମନ୍ତ କାହାଳୀ(୩୭), ଧୋବୀ ଲେନ୍ର ବସନ୍ତ କୁମାର ପନ୍ଦା(୪୩), ରାଣୀହାଟ କେନାଲରୋଡ଼୍ର ମିଥୁନ୍ ଦାସ(୩୩), ଲାଲବାଗଥାନା ଦିୱାନ ବଜାରର ରେହାନ୍ ଅଲ୍ଲୀ(୨୨), କ୍ୟାଣ୍ଟନମେଣ୍ଟ ଥାନା ପଟ୍ଟାପୋଲ ଅଞ୍ଚଳର ସେକ୍ ଇମ୍ରାନ୍(୨୨), ବାଦାମବାଡ଼ି ଥାନା ଶଙ୍କରପୁର ବାରିକ ସାହିର ମନୋରଞ୍ଜନ ବାରିକ(୫୧), ପୁରୀଘାଟ ଥାନା ହରିପୁରର ଆକାଶ ବେହେରା(୩୮), ପିଠାପୁରର ସୋମନାଥ ରାଉତ(୪୯) ମାଲଗୋଦାମ ଥାନା ଯୋବ୍ରା ନଦୀକୂଳ ସାହିର ଅଭୟ କୁମାର ବେହେରା(୩୬), ଚୌଦ୍ୱାର ଥାନା ପାଇକରାପୁର ଅଞ୍ଚଳର ମହେଶ୍ୱର ସନ୍ତ(୩୫), ମଙ୍ଗଳାସାହିର ଲକ୍ଷ୍ମୀଧର ଦଳାଇ(୩୭), ପ୍ରଧାନ ସାହିର କରୁଣାକର ନାୟକ(୫୧), ଖୋର୍ଦ୍ଧା ବାଣପୁର ଥାନା ପଦ୍ମପୁର ଅଞ୍ଚଳର ପ୍ରଭାତ କୁମାର ସାହୁ(୩୧), କ୍ୟାପିଟାଲ ଥାନା ଭୀମପୁରର ପ୍ରଶାନ୍ତ କୁମାର ଭୋଳ(୩୮), ଚନ୍ଦ୍ରଶେଖରପୁର ଥାନା ପ୍ଲଟ୍ ନଂ-୧୦୮ରେ ରହୁଥିବା ସୁରେନ୍ଦ୍ର ପ୍ରଧାନ(୩୨), ଖନ୍ଦଗିରି ଅଞ୍ଚଳର ବିଦ୍ୟାଧର ଦଳାଇ(୪୫), ଜଗତପୁର ଥାନା ପିରବଜାରର ସେକ୍ ଖଲିଲ୍(୫୧), କଣିହାଁ ତାଳଚେର ଅଞ୍ଚଳର ବଳରାମ ବିଶ୍ୱାଳ(୩୯) ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ବସନ୍ତ ପରିଡ଼ା(୫୫) । ଏ ସଂପର୍କରେ ଟାଙ୍ଗୀ ଥାନା ୪୮/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି । ସେମାନଙ୍କ ବିରୋଧରେ ୨୯୪, ୩୫୩, ୫୦୬, ୩୪ଆଇପିସିରେ ମାମଲା କରି ପୁଲିସ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି । ମାତ୍ର ଜୁଆ ଖେଳର ମାଷ୍ଟରମାଇନ୍ଦ୍ କିଷ୍ଣା ରାଓ ଓ ଖେଳ ଚାଲୁଥିବା ଘରର ମାଲିକ କୃର୍ଷ୍ଣ ସାହୁଙ୍କୁ ତୁରନ୍ତ ଗିରଫ କରାଯିବବୋଲି ଟାଙ୍ଗୀଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ସିପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ମିଳିଥିବା ତଥ୍ୟାନୁଯାୟୀ, ରାଣୀହାଟ ଅଞ୍ଚଳର କୃର୍ଷ୍ଣଚନ୍ଦ୍ର ସାହୁଙ୍କ ବ୍ୟବସାୟ ପ୍ରତିଷ୍ଠାନ ମଙ୍ଗୁଳିରେ ରହିଛି । କଟକରେ ପରିଚାଳିତ ଜୁଆ ଆଡ୍ଡା ଉପରେ କମିଶନରେଟ୍ ପୁଲିସ୍ର ବାରମ୍ବାର ଚଢ଼ାଉ କରି ରିଙ୍ଗମାଷ୍ଟର କିଷ୍ଣାକୁ ଗିରଫ କରିଥିଲେ । ଏହାପରେ ସେ ପୁରୀରେ ଖେଳ କରୁଥିବା ସମୟରେ ଗୁଳିକାନ୍ଦ ଘଟିଥିଲା । ପୁରୀ ଏସ୍ପି କିଷ୍ଣାକୁ ଖୋଜୁଥିବା ବେଳ ସେ ଭୁବନେଶ୍ୱରରେ ଖେଳ କରୁଥିଲା । ସେଠାରେ ଖେଳକୁ ନେଇ ଶତ୍ରୁତା ହେବାରୁ ସେ ଶେଷରେ ମଙ୍ଗୁଳି ଛକକୁ ନିରାପତ୍ତା ଭାବେ ଗ୍ରହଣ କରି ଖେଳ ଚଳାଇଥିଲା । ଖେଳ ପାଇଁ କୃର୍ଷ୍ଣଚନ୍ଦ୍ରଙ୍କ ଏକ ଘରକୁ ରାଣୀହାଟ ଅଞ୍ଚଳର କ୍ରିର୍ଷ୍ଣା ରାଓ ନାମକ ଜୁଆମାଫିଆ ଭଡ଼ା ସୂତ୍ରରେ ନେଇଥିଲେ । ପ୍ରତିଦିନ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଷ୍ଣା ନେତୃତ୍ୱରେ ମଙ୍ଗୁଳିଛକରେ ଜୁଆ ଆଡ୍ଡା ଚାଲୁଥିଲା । କିଷ୍ଣାର ବିଶ୍ୱସ୍ତ ତଥା ଗିରଫ ଅଭିଯୁକ୍ତ ଦୋଳଗୋବିନ୍ଦ ସମସ୍ତ ଦାୟିତ୍ୱ ବୁଝୁଥିଲା । ଗତ ୫ତାରିଖରେ ଏ ସଂକ୍ରାନ୍ତ ଅଭିଯୋଗ ପୁଲିସ୍ ଉଚ୍ଚାଧିକାରୀଙ୍କ ନିକଟରେ ପହଞ୍ଚôଲା ପରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୁ୍ୟମ୍ନ ଜେନା, ଏସ୍ଡ଼ିପିଓ ପ୍ରଶାନ୍ତ ମଲ୍ଲ ଓ ଆଇଆଇସି ପଦାରବିନ୍ଦ ତ୍ରିପାଠୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ସେମାନେ ୬ଜଣ ଅଫିସରଙ୍କ ସମେତ ମୋଟ ୨୦ଜଣ ପୁଲିସ୍ କର୍ମଚାରୀ ଅଚାକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥବଲେ । ତେବେ କୃଷ୍ଣ ସାହୁଙ୍କ ଘର ଭଡ଼ାନେଇ କିଷ୍ଣା ଧରିବାକୁ ପୁଲିସ ଚଢାଉ ଜାରି ରଖିଛି ।୨୦ ଜୁଆଡି ଗିରଫ :୨୧ ମୋବାଇଲ, ୧୨ବାଇକ ଓ ଗୋଟିଏ କାର ସହ ନଗଦ ୬ଲକ୍ଷ ୩୮ହଜାର ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*