୨୦୨୨ ଭାରତ ଗସ୍ତ ପାଇଁ ଏବେଠୁ ରେଡ୍ଡୀ ହେଲାଣି ଅଷ୍ଟ୍ରେଲିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପର୍ଥ

ଭାରତ ଗସ୍ତରେ ପୂର୍ଣ୍ଣ ଟେଷ୍ଟ ସିରିଜ୍‌ ପାଇଁ ଆସିବାକୁ ଆହୁରି ୨ ବର୍ଷ ବାକି ଅଛି । ହେଲେ ଏବେ ଠାରୁ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆରମ୍ଭ କରି ସାରିଲାଣି ନିଜ ପ୍ରସ୍ତୁତି । ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି ମୁଁ ଏକ ପରିପକ୍ୱ ତଥା ସଂଘର୍ଷପ୍ରିୟ ଦଳ ଗଠନ କରିବା ଦିଗରେ କାମ ଆରମ୍ଭ କରି ସାରିଛି । ୨୦୧୮ ମେ’ ମାସ ଠାରୁ ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଲାଙ୍ଗର ତୁଲାଇ ଆସୁଛନ୍ତି । ସେ ଭାରତର ଘରୋଇ ଟେଷ୍ଟ ସିରିଜ୍‌ ଗୁଡ଼ିକ ଉପରେ ନଜର ରଖିଛନ୍ତି । ଘରୋଇ ମାଟିରେ ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ଚକ୍‌ମା ଦେବା ସକାଶେ ବିଶେଷ ଯୋଜନା କରୁଛନ୍ତି ଲାଙ୍ଗର । ଗତ ମାସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଘରେ ଲଗାତାର ୧୧ ସିରିଜ୍‌ ବିଜୟ ହାସଲ କରିଛି ଟିମ୍‌ ଇନ୍ଦିଆ । ଭାରତକୁ ଯାଇ ଟେଷ୍ଟରେ ଜିତିବା ବଡ଼ କଷ୍ଟକର ବ୍ୟାପାର । ତେଣୁ ଆମେ ସେଥିପାଇଁ ପ୍ରସ୍ତୁତ ହେଉଛୁ । ୨୦୨୨ ମସିହାରେ ସେପ୍ଟେମ୍ବର ଓ ନଭେମ୍ବରରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*