୨୦୨୨ ଫୁଟ୍‌ବଲ୍‌ ବିଶ୍ୱକପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ରୋଜ୍‌ ୪ ମ୍ୟାଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଦୋହା
ବୁଧବାର କାତାରରେ ଆୟୋଜନ ହେବାକୁ ଥିବା ୨୦୨୨ ଫିଫା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ନିଦ୍ଧାରିତ ହୋଇଛି କାର୍ଯ୍ୟସୂଚୀ । ଏହି ଟୁର୍ଣ୍ଣାମେଣ୍ଟ ୬୦,୦୦୦ କ୍ଷମତା ବିଶିଷ୍ଟ ଆଲ ବେଟ୍ ଷ୍ଟାଡ଼ିୟମରେ ୨୦୨୨ ନଭେମ୍ବର ୨୧ରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ ଏବଂ ଡ଼ିସେମ୍ବର ୧୮ରେ ଫାଇନାଲ ମ୍ୟାଚ୍ ୮୦,୦୦୦ କ୍ଷମତା ବିଶିଷ୍ଟ ଲୁଜେଲ ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଧାର୍ଯ୍ୟ ହୋଇଛି । ସେହିପରି ସେମି ଫାଇନାଲ ମ୍ୟାଚ୍ ମଧ୍ୟ ଆଲ ବେଟ୍ ଷ୍ଟାଡ଼ିୟମରେ ଖେଳାଯିବ । ଫାଇନାଲ ମ୍ୟାଚ୍ ପୂର୍ବରୁ ଅର୍ଥାତ୍ ଡ଼ିସେମ୍ବର ୧୭ରେ ତୃତୀୟ ସ୍ତାନ ଲାଗି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ ।
ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଦିନରେ ୪ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । କାରଣ ନକ୍ ଆଉଟ୍ ପର୍ଯ୍ୟାୟ ପୂର୍ବରୁ ଖେଳାଳିଙ୍କୁ ଟିକେ ଆରାମ ମିଳିପାରିବ । ସ୍ଥାନୀୟ ସମୟ ହିସାବରେ ଦିନ ୧ ଟାରୁ ପ୍ରଥମ ମ୍ୟାଚ୍ ଆରମ୍ଭ କରାଯିବା ସହ ରାତି ୧୦ ସୁଦ୍ଧା ୪ର୍ଥ ମ୍ୟାଚ ଆରମ୍ଭ କରାଯାଇ ମଧ୍ୟ ରାତ୍ରୀ ପୂର୍ବରୁ ମ୍ୟାଚ୍ ସମାପ୍ତ କରାଯିବ । ଦର୍ଶକ ପାଖାପାଖି ୧୧ ଘଣ୍ଟାର ଏହି ମ୍ୟାଚ୍କୁ ଟିଭିରେ ଦେଖିପାରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*