୨୦୨୦ ଭାରତୀୟ କମ୍ପାନୀମାନଙ୍କ ପାଇଁ ରହିବ ଚ୍ୟାଲେଞ୍ଜ ଭରା ଅଭିବୃଦ୍ଧି ହାର ୬.୬ପ୍ରତିଶତ ଆକଳନ କଲା ମୁଡିଜ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

୨୦୨୦ ବର୍ଷ ଅଧିକାଂଶ ଭାରତୀୟ କମ୍ପାନୀମାନଙ୍କ ପାଇଁ ଚ୍ୟାଲେଞ୍ଜ ଭରା ରହିବ । ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସେସ୍‌ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଦୁର୍ବଳ ଆର୍ଥିକ ଅଭିବୃଦ୍ଧି, ମାନ୍ଦା ଆୟ କାରଣରୁ ଆର୍ଥିକ କ୍ଷେତ୍ରକୁ ଛାଡି ଅନ୍ୟ କ୍ଷେତ୍ରରେ ଥିବା କମ୍ପାନୀମାନେ ୨୦୨୦ରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ବୋଲି ରିପୋର୍ଟ ଉଲ୍ଲେଖ କରିଛି । ଏହି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇ ୬.୬ପ୍ରତିଶତ ରହିବ । ତେବେ ଭିତ୍ତିଭୂମି କମ୍ପାନୀଙ୍କ ମଜବୁତ ପ୍ରଦର୍ଶନ ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ଅନେକ ମାତ୍ରାରେ ସହଯୋଗ କରିବ ବୋଲି ମୁଡିଜ୍‌ ପକ୍ଷରୁ କୁହାଯାଇଛି ।
ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସେସର ଉପାଧ୍ୟକ୍ଷ ତଥା ବରିଷ୍ଠ କ୍ରେଡିଟ୍‌ ଅଫିସର କୌସ୍ତୁଭ ଚାୱାଲା କହିଛନ୍ତି ଯେ, ପ୍ରମୁଖ କମ୍ପାନୀମାନଙ୍କ କ୍ରେଡିଟ୍‌ ପ୍ରୋଫାଇଲ୍‌ ଅଧିକ ସୁଧାର ହେବାର ଆଶା ନାହିଁ । ଦୁର୍ବଳ ଅଭିବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀମାନଙ୍କର ନିବେଶ ଏବଂ ସମ୍ପ୍ରସାରଣ ଓ ଖର୍ଚ୍ଚ ଉପରେ ପ୍ରଭାବ ପକାଇପାରେ । ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ କମ୍ପାନୀଙ୍କୁ ପ୍ରଭାବିତ କରିପାରେ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମୁଡିଜ୍‌ ପକ୍ଷରୁ ଅନୁମାନ କରାଯାଉଛି ଯେ, ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇ ୬.୬ପ୍ରତିଶତ ରହିପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*