୨୦୧୮ରେ କଟକ ଟ୍ରାଫିକର ଜରିମାନା ଆଦାୟ ୧ କୋଟି ୭୩ ଲକ୍ଷ ଟଙ୍କା ୧୨୧୭ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
କଟକ

ଗତ ୨୦୧୮ ମସିହାରେ କଟକ କମିଶନରେଟ ଟ୍ରାଫିକ ପୁଲିସ ଜନସାଧାରଣଙ୍କ ଠାରୁ ଟ୍ରାଫିକ ଆଇନ ଉଲ୍ଲଂଘନ ବାବଦରେ ମୋଟ ୧ କୋଟି ୭୩ ଲକ୍ଷ ୨୫ ହଜାର ୫୦୦ ଟଙ୍କା ଆଦାୟ କରି ରାଜକୋଷକୁ ଦେଇଥିବା ବେଳେ ସଡକ ସୁରକ୍ଷା ପାଇଁ ଟଙ୍କାଟିଏ ମଧ୍ୟ ପାଇ ନ ଥିବାର ଜଣାପଡିଛି । ମିଳିଥିବା ଖବର ଅନୁସାରେ ଏ ବାବଦରେ ଆଦାୟ ହେଉଥିବା ଜରିମାନା ଅର୍ଥର ୫୦ ପ୍ରତିଶତ ସଡକ ସୁରକ୍ଷା ପାଇଁ ଖର୍ଚ୍ଚ କରିବାକୁ ମାନ୍ୟବର ହାଇକୋର୍ଟ ଗତ ୭.୧୧.୨୦୧୨ ମସିହାରେ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ନ ହେବାରୁ ପୁଣି ହାଇକୋର୍ଟ ଗଭୀର କ୍ଷୋଭ ପ୍ରକାଶ ପୂର୍ବକ ଗତ ୧.୮.୨୦୧୪ ରେ ପୁନଃନିଦେ୍ର୍ଦଶ ଦେଇଥିଲେ । କଟକ ଡିସିପି କିମ୍ବା ପରିବହନ କମିଶନରଙ୍କ ନିୟନ୍ତ୍ରଣରେ ସେହି ଅର୍ଥ ରଖାଯିବାକୁ କୁହାଯାଇଥିଲା । ମାତ୍ର ତାହା ବି କାର୍ଯ୍ୟକାରୀ କରା ନ ଯିବାରୁ ହାଇକୋର୍ଟ ପୁଣି ଗତ ୩୧.୧୦.୨୦୧୪ ରେ ଆଉ ଏକ ନିଦେ୍ର୍ଦଶ ଦେଇଥିଲେ । ସେହି ୫୦ ପ୍ରତିଶତ ଅର୍ଥକୁ ସଡକ ସୁରକ୍ଷା ପାଇଁ ଖର୍ଚ୍ଚ କରିବାକୁ କଟକ ଡିସିପି ଏବଂ ଆରଟିଓଙ୍କର ଏକ ଯୁଗ୍ମ ଆକାଉଣ୍ଟରେ ଜମା କରିବାକୁ କୁହାଯାଇଥିଲା । ହାଇକୋର୍ଟଙ୍କର ଏତାଦୃଶ ସ୍ପଷ୍ଟ ନିଦେ୍ର୍ଦଶ ରହିଥିବା ବେଳେ ସେ ଦିଗରେ ପ୍ରଶାସନିକ ଉଦାସୀନତା ଜଳଜଳ ହୋଇ ଦିଶୁଛି । ଏପରିକି ସେହି ୫୦ ପ୍ରତିଶତ ଅର୍ଥରୁ ଟଙ୍କାଟିଏ ମଧ୍ୟ କଟକ ଟ୍ରାଫିକ ପାଇ ନାହିଁ ବୋଲି କଟକ କମିଶନରେଟ ଟ୍ରାଫିକ ପୁଲିସ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ କଟକ ଟ୍ରାଫିକ ପୁଲିସ ଗତବର୍ଷ ଜାନୁଆରୀ ମାସରେ ଭିସିଆର ଏବଂ ଓୟୁପି ବାବଦରେ ୧୦ ଲକ୍ଷ ୨୮ ହଜାର ୪୦୦ ଟଙ୍କା, ଓ ୬ ଲକ୍ଷ ୨୦ ହଜାର ୫୦୦ ଟଙ୍କା, ଫେବୃଆରୀରେ ୮ ଲକ୍ଷ ୬୩ ହଜାର ୨୦୦ ଓ ୫ ଲକ୍ଷ ୫୬ ହଜାର ୫୦୦ ଟଙ୍କା, ମାର୍ଚ୍ଚରେ ୭ ଲକ୍ଷ ୪୭ ହଜାର ୯୦୦ ଓ ୫ ଲକ୍ଷ ୭୦ ହଜାର ଟଙ୍କା, ଅପ୍ରେଲରେ ୭ ଲକ୍ଷ ୮୯ ହଜାର ଓ ୫ ଲକ୍ଷ ୧୩ ହଜାର ୫୦୦ ଟଙ୍କା, ମଇରେ ୯ ଲକ୍ଷ ୧୩ ହଜାର ଓ ୫ ଲକ୍ଷ ୨ ହଜାର ୫୦୦ ଟଙ୍କା, ଜୁନରେ ୯ ଲକ୍ଷ ୧୩ ହଜାର ଓ ୫ ଲକ୍ଷ ୪୪ ହଜାର ୫୦୦ ଟଙ୍କା, ଜୁଲାଇରେ ୧୦ ଲକ୍ଷ ୩୯ ହଜାର ୭୦୦ ଓ ୬ ଲକ୍ଷ ଟଙ୍କା, ଅଗଷ୍ଟରେ ୯ ଲକ୍ଷ ୪୧ ହଜାର ୧୦୦ ଓ ୬ ଲକ୍ଷ ୫୭ ହଜାର ୫୦୦ ଟଙ୍କା, ସେପ୍ଟେମ୍ବରରେ ୮ ଲକ୍ଷ ୬୯ ହଜାର ୬୦୦ ଓ ୪ ଲକ୍ଷ ୯୫ ହଜାର ଟଙ୍କା, ଅକ୍ଟୋବରରେ ୯ ଲକ୍ଷ ୭ ହଜାର ୭୦୦ ଟଙ୍କା ଓ ୪ ଲକ୍ଷ ୭୭ ହଜାର ଟଙ୍କା, ନଭେମ୍ବରରେ ୭ ଲକ୍ଷ ୫୧ ହଜାର ୪୦୦ ଓ ୫ ଲକ୍ଷ ୨୪ ହଜାର ୫୦୦ ଟଙ୍କା, ଡିସେମ୍ବରରେ ୯ ଲକ୍ଷ ୨୧ ହଜାର ୫୦୦ ଓ ୫ ଲକ୍ଷ ୭୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି । ୨୦୧୮ ମସିହାରେ କଟକ ଟ୍ରାଫିକ ପୁଲିସ ମୋଟ ୧ ଲକ୍ଷ ୬ ହଜାର ୮୪୩ ଟି ଭିସିଆର ବାବଦରେ ୧ କୋଟି ୬ ଲକ୍ଷ ୮୫ ହଜାର ୫୦୦ ଟଙ୍କା ଓ ୧୩ ହଜାର ୨୭୨ ଟି ଓୟୁପି ବାବଦରେ ୬୬ ଲକ୍ଷ ୪୦ ହଜାର ଟଙ୍କାକୁ ମିଶାଇ ମୋଟ ୧ କୋଟି ୭୩ ଲକ୍ଷ ୨୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରି ରାଜକୋଷକୁ ଦେଇଥିବା ବେଳେ ଜାନୁଆରୀ ମାସରେ ୧୫୪, ଫେବ୍ରୁଆରୀରେ ୧୧୩, ମାର୍ଚ୍ଚରେ ୯୬, ଅପ୍ରେଲରେ ୧୨୭, ମଇରେ ୧୧୭, ଜୁନରେ ୯୧, ଜୁଲାଇରେ ୮୦, ଅଗଷ୍ଟରେ ୬୫, ସେପ୍ଟେମ୍ବରରେ ୮୦, ଅକ୍ଟୋବରରେ ୮୭, ନଭେମ୍ବରରେ ୧୧୪, ଡିସେମ୍ବର ମାସରେ ୯୩କୁ ମିଶାଇ ମୋଟ ଗତବର୍ଷ ୧୨୧୭ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଇବାରେ ସଫଳ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*