୧୮ ଭାରତୀୟ ନାବିକଙ୍କୁ ପଣବନ୍ଦୀ ବନାଇଲେ ନାଇଜେରିଆ ଜଳଦସ୍ୟୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ହଂକଂର ଏକ ତେଲ ଟ୍ୟାଙ୍କରରେ କାର୍ଯ୍ୟରତ ଥିବା ୧୮ ଜଣ ଭାରତୀୟ ନାବିକଙ୍କୁ ନାଇଜେରିଆର ଜଳଦସୁ୍ୟ ପଣବନ୍ଦୀ କରି ନେଇଥିବାର ଖବର ଏବେ ହସ୍ତଗତ ହୋଇଛି । ମଙ୍ଗଳବାର ଏହି ଘଟଣା ଘଟିଥିବାର ଜଣାପଡ଼ିଛି । ନେଭ୍‌ କନ୍‌ଷ୍ଟେଲାସନ୍‌ ନାମକ ଏହି ଜାହାଜ ଅଶୋଧିତ ତୈଳ ନେଇ ଆସୁଥିଲା । ବନିର ଦକ୍ଷିଣ ତଟ ନିକଟରେ ଏହି ଜାହାଜଟି ଥିଲା ବେଳେ ତା ଭିତରକୁ ଚଢ଼ିଯାଇ କର୍ମଚାରୀମାନଙ୍କୁ କାବୁ କରି ନେଇଥିଲେ ଜଳଦସୁ୍ୟ । ୧୮ ଜଣ ଭାରତୀୟଙ୍କ ସହ ଜଣେ ତୁର୍କୀର ନାଗରିକ ମଧ୍ୟ କର୍ମଚାରୀ ଭାବରେ ଥିଲେ । ସେ ମଧ୍ୟ ପଣବନ୍ଦୀ ହୋଇଛନ୍ତି । ନାଇଜେରିଆ ନୌସେନା ଏହି ଘଟଣା ପରେ ସେଠାରେ ପହଞ୍ଚି ଜାହାଜକୁ ସୁରକ୍ଷିତ ଭାବେ ଆଗେଇ ନେଇଥିଲେ ମଧ୍ୟ ପଣବନ୍ଦୀଙ୍କ ବାବଦରେ କୌଣସି ଖବର ଦେଇ ନାହିଁ । ଜାହାଜର ମାଲିକଙ୍କ ପକ୍ଷରୁ ଜାରି ହୋଇଥିବା ବକ୍ତବ୍ୟ ଅନୁସାରେ ସମସ୍ତଙ୍କୁ ମୁକୁଳାଇବା ପାଇଁ ଯାହା କରାଯିବା ଦରକାର ସେ ସବୁ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*