୧୮ଟି ଡାକ୍ତରଖାନା ଫେରାଇ ଦେଲେ,ଆଖି ବୁଜିଲେ ୫୨ବର୍ଷୀୟ ବ୍ୟକ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର

ବେଡ୍ ନାହିଁ ବୋଲି କହି ଜଣେ ୫୨ବର୍ଷୀୟ ବ୍ୟବସାୟୀଙ୍କୁ ସହରର ୧୮ଟି ଡାକ୍ତରଖାନା ଫେରାଇ ଦେବା ପରେ ୧୯ତମ ଡାକ୍ତରଖାନାରେ ସେ ଆଡମିଟ୍‌ ହେବାର କିଛି ଘଣ୍ଟା ଭିତରେ ପ୍ରାଣ ହରାଇଛନ୍ତି । ଏଭଳି ଦାରୁଣ ଘଟଣା ଏଠାରେ ଘଟିଛି । ନାଗରାଥପେଟ ଅଞ୍ଚଳର ୫୨ବର୍ଷୀୟ କପଡ଼ା ବ୍ୟବସାୟୀ ନିଃଶ୍ୱାସ ନେବାରେ କଷ୍ଟ ପାଇବାରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଡାକି ଡାକ୍ତରଖାନାକୁ ନେବାକୁ ବାହାରିଥିଲେ । ଶନିବାର ରାତି ଓ ରବିବାର ଦିନର ଢେର ସମୟ ସେମାନେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ିଥିଲେ ବି କେହି ତାଙ୍କୁ ଆଡମିଟ୍‌ କରିନଥିଲେ । ୧୮ଟି ସରକାରୀ ଓ ବେସରକାରୀ ଡାକ୍ତରଖାନା ବେଡ୍ ନଥିବା କହି ଦାଖଲ କରାଇନଥିଲେ । ତାଙ୍କ କୋଭିଡ଼-୧୯ ରିପୋର୍ଟ ନଥିବାରୁ ସେମାନେ ବେଶି କୁଣ୍ଠିତ ହୋଇଥିଲେ । ଶେଷରେ ଏକ ଘରୋଇ ଲ୍ୟାବରେ ସାମ୍ପଲ ଦେବା ପରେ ବୋରିଂ ହାସ୍ପାତାଲ କର୍ତ୍ତୃପକ୍ଷ ତାଙ୍କୁ ଭର୍ତ୍ତି କରିବାକୁ ରାଜି ହୋଇଥିଲେ । ସେତେବେଳକୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇସାରିଥିଲା । ଅଷ୍ଟିନ ରୋଡ୍ରେ ଦୋକାନ ଦେଇଥିବା ସେହି ୫୨ବର୍ଷୀୟ ବ୍ୟକ୍ତିଙ୍କୁ ଭେଣ୍ଟିଲେଟରରେ ସିଧା ରଖାଯାଇଥିଲା । ୨ରାତି ସହର ସାରା ବୁଲିଥିବା ଆଉ ୧୮ ଡାକ୍ତରଖାନାରୁ ଫେରାଯାଇଥିବା ସେହି ବ୍ୟକ୍ତି କିଛି ଘଣ୍ଟା ପରେ ବୋରିଂ ହାସ୍ପାତାଲରେ ଆଖି ବୁଜି ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*