୧୭ ବର୍ଷ ଧରି ଫେରାର୍‌ ଥିବା କଏଦୀକୁ ଧରିଲା ଡ୍ରୋନ୍‌ ଲୁଚି ରହିଥିଲେ ଗୁମ୍ଫାରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଚୀନ

ଦୀର୍ଘ ୧୭ ବର୍ଷ ତଳେ ଫେରାର୍‌ ଥିବା ଚୀନର ଜଣେ କଏଦୀଙ୍କୁ ୟୋଙ୍ଗ୍‌ଶାନ୍‌ ପୁଲିସ୍‌ ଡ୍ରୋନ୍‌ ସହାୟତାରେ ଖୋଜି ବାହାର କରିଛନ୍ତି । ଫେରାର୍‌ ଥିବା କଏଦୀଙ୍କ ନାମ ସୋଙ୍ଗ୍‌ ଜିୟାଙ୍ଗ ବୋଲି ଜଣାପଡ଼ିଛି । ଗତ ମାସରେ ପୁଲିସ୍‌କୁ ଭି ଚ୍ୟାଟ୍‌ ମାଧ୍ୟମରେ ୬୩ ବର୍ଷର୍ୀୟ ସୋଙ୍ଗ୍‌ ମୋଜିୟାଙ୍ଗ୍‌ଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ପୁଲିସ୍‌କୁ କେବଳ ଏତିକି ଜଣାପଡ଼ିଥିଲା ଯେ ସେ ୟୁନ୍ନାନ୍‌ର ଏକ ଜଙ୍ଗଲରେ ଲୁଚି ରହିଛି । ପୁଲିସ୍‌ ଏହି ସୂଚନା ପାଇ ସେଠାରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ, କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ପରେ ପୁଲିସ୍‌ ଡ୍ରୋନ୍‌ ସହାୟତାରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହେଲେ ।
ପୁଲିସ୍‌ କହିଛି ଯେ, ସୋଙ୍ଗ ଜଙ୍ଗଲରେ ୧୭ ବର୍ଷ ଧରି ଏକ ଗୁମ୍ଫାରେ ଲୁଚି ରହୁଥିଲା ଏବଂ ସେ କାହା ସହ ସମ୍ପର୍କରେ ନଥିଲା । ଦୀର୍ଘ ଦିନ ହେବ ସେ ଗାଧୋଇନଥିଲା । ୧୭ ବର୍ଷରେ ମଧ୍ୟରେ ତାଙ୍କର ଚେହେରା ବଦଳି ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବାରେ ପୁଲିସ୍‌କୁ ଅସୁବିଧା ମଧ୍ୟ ହୋଇଥିଲା । ସୋଙ୍ଗକୁ ମହିଳା ଓ ଶିଶୁ ଚାଲାଣ ଅଭିଯୋଗରେ ଦନ୍ଦ ମିଳିଥିଲା । କିନ୍ତୁ ସେ ୨୦୦୨ରେ ଜେଲରୁ ଫେରାର୍‌ ହୋଇଯାଇଥିଲା । ସେବେଠାରୁ ତାଙ୍କର ସନ୍ଧାନରେ ପୁଲିସ୍‌ ଲାଗି ରହିଥିଲା । ଜିୟାଙ୍ଗ ନିକଟରୁ ଏକ ବୋତଲ ମିଳିଥିବା ପୁଲିସ୍‌ କହିଛି, ଯାହାକୁ ସେ ପିଇବା ପାଣି ପାଇଁ ବ୍ୟବହାର କରୁଥିଲେ । ଏହାଛଡ଼ା ଗୁମ୍ଫା ପଛରେ ଥିବା ଏକ ପଥର ଖନ୍ଦକୁ ଜିୟାଙ୍ଗର ନିଜର ଶେଯ ଭାବେ ବ୍ୟହାର କରୁଥିବା ଦେଖିବାକୁ ପାଇଥିଲେ ପୁଲିସ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*