୧୭ରେ ଷ୍ଟକ୍‌ ମାର୍କେଟକୁ ଓହ୍ଲାଇବ ସାଉଦି ଅରାମକୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ସାଉଦି ଅରାମକୋର ବହୁ ପ୍ରତିକ୍ଷୀତ ଆଇପିଓ (ଇନିସିଆଲ ପବ୍ଲିକ ଅଫରିଂ) ୧୭ ନଭେମ୍ବରରେ ଖୋଲିବ । କମ୍ପାନୀ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟରୁ ଏହି ସୂଚନା ମିଳିଥିଲାବେଳେ ଏଥିରେ ଭାଗିଦାରୀ ବିକି୍ରର ଆକାର ଓ ମୂଲ୍ୟ ସଂପର୍କରେ କୌଣସି ତଥ୍ୟ ଜଣାପଡିନାହିଁ । ଏହାକୁ ବିଶ୍ୱର ସବୁଠୁ ବଡ ଆଇପିଓ ବୋଲି କୁହାଯାଉଛି । ସୂଚନା ଅନୁସାରେ ଡିସେମ୍ବର ୫ରେ ଏହାର ଚୂଡାନ୍ତ ସେୟାର ମୂଲ୍ୟ ସ୍ଥିର କରାଯିବ ।
ଅନେକ ବର୍ଷର ବିଳମ୍ବ ପରେ ଅରାମକୋର ଅଧିକାରୀମାନେ ଗତ ସପ୍ତାହରେ ରିଆଦ ଷ୍ଟକ୍‌ ଏକ୍ସଚେଞ୍ଜରେ ସେୟାର ବିକି୍ର ଘୋଷଣା କରିଥିଲେ । କମ୍ପାନୀ ବିଶ୍ୱର ସବୁଠୁ ଅଧିକ ଲାଭ ହାସଲ କରୁଥିବା କମ୍ପାନୀ ଭାବେ ପରିଚି । ବିଶ୍ୱର ଅଶୋଧିତ ତୈଳର ଆବଶ୍ୟକତାର ୧୦% ଏକୁଟିଆ ଏହି କମ୍ପାନୀ ପୂରଣ କରିଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*