୧୭ରେ କୋଣାର୍କରୁ ସବୁଜ ବିଶ୍ୱ ଅଭିଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କୋଣାର୍କ

ବିଶ୍ୱକୁ ସବୁଜ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଆସନ୍ତା ୧୭ ତାରିଖ ଦିନ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍ ଆର୍ମି ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଶୁଭାରମ୍ଭ ହେବ ସବୁଜ ବିଶ୍ୱ ଅଭିଯାନ କାର୍ଯ୍ୟକ୍ରମ । ଏହି ଅଭିଯାନରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ସାହିତି୍ୟକ, ରାଜନେତା, ସମାଜସେବୀ, ସାମ୍ବାଦିକ ପ୍ରମୁଖଙ୍କ ସମେତ ସମାଜର ସବୁ ବର୍ଗର ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ । ଏହି ଅବସରରେ ଗ୍ରିନ୍ ଆର୍ମିର ସଦସ୍ୟମାନଙ୍କ ଦ୍ୱାରା ସକାଳ ୧୦ଟାରେ ସୂର୍ଯ୍ୟମନ୍ଦିର ପରିସର ସଫେଇ, ସବୁଜ ବଳୟ ସୃଷ୍ଟିର ସଚେତନତା ବାର୍ତ୍ତା ନେଇ ଶୋଭାଯାତ୍ରା ଏବଂ ଚନ୍ଦ୍ରଭାଗା ବେଳାମାର୍ଗ ସଫେଇ କରିବା ପରେ କୋଣାର୍କ-ପୁରୀ ବାଲୁଖନ୍ଦ ଅଭୟାରଣ୍ୟ ପୁରୀ ବନ୍ୟପ୍ରାଣୀ ବନ୍ୟଖନ୍ଦ ସହାୟତାରେ ୫ ହଜାର ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । କୋଣାର୍କ ସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍ ଆର୍ମିର କମାନ୍ଦର ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ ଜୀବଜଗତ ପ୍ରତି ବୃକ୍ଷର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ବ୍ୟାପକ ବୃକ୍ଷରୋପଣ ଦ୍ୱାରା ହିଁ ଏ ପୃଥିବୀକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*