୧୬ ଥର ଆବେଦନ ପରେ ବି ମିଳୁନି ଭତ୍ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଜେନାପୁର

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଅମର ପରିଡା (୩୫) । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କାଶୀନାଥ ପରିଡାଙ୍କ ଏକମାତ୍ର ପୁଅ ଅମର ଥିଲେ ପରିବାରର ବଡ ବଳ । ସେ ଟ୍ରକ ଇଞ୍ଜିନ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ । ହେଲେ ଗତ ୧୯ ଜୁନ ୨୦୦୯ ରିଖରେ ହଠାତ କାର୍ଯ୍ୟ କରୁଥିବା ଗ୍ୟାରେଜର ଛାତ ଉପରୁ ତଳକୁ ପଡି ଯାଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ସ୍ପାଇନାଲ କଡ ହାଡ ଭାଙ୍ଗିଗଲା । ପରିବାର ଲୋକେ ବିକି ଭାଙ୍ଗି ତାଙ୍କର ଚିକିତ୍ସା କରି ସୁସ୍ଥ କରିଥିଲେ ମଧ୍ୟ ଅମରଙ୍କର ଅଣ୍ଟା ପାଖରୁ ତଳକୁ ସମ୍ପୂର୍ଣ୍ଣ ଅଚଳ ଏବଂ ପକ୍ଷାଘାତ ହୋଇଗଲା । ଫଳରେ ଅରୁଣ ଆଉ ଚାଲିବୁଲି ପାରିଲେ ନାହିଁ । ଏହା ପରେ ଅମରଙ୍କ ଭାଉଜ ରଙ୍ଗଲତା ପରିଡା ମୁଖ (ପାଟି) କର୍କଟ ରୋଗରେ ଆକ୍ରାନ୍ତ ହୋଇ ପଡି ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ସୁଯୋଗ ପାଇପାରୁ ନାହାନ୍ତି । ଅମରଙ୍କ ଭାଇ ବାଇଧର ମୋଟର ସାଇକେଲରୁ ପଡି ସ୍ପାଇନାଲ କଡ ନଷ୍ଟ ହୋଇଯାଇଥିବାରୁ ସେ ମଧ୍ୟ କୌଣସି କାମ କରିପାରୁ ନାହାନ୍ତି । ଏକ ପ୍ରକାର ସମୁଦାୟ ପରିବାର ରୋଗଗ୍ରସ୍ତ ହୋଇପଡିଛନ୍ତି । ଅମର ଶାରିରୀକ ଅକ୍ଷମ ଭାବେ ସରକାରଙ୍କ ଠାରୁ ପ୍ରମାଣପତ୍ର ପାଇବା ପରେ ୧୬ ଥର ଅକ୍ଷମ ଭତ୍ତା ପାଇବାକୁ ଆବେଦନ କରିଛନ୍ତି । ହେଲେ ପ୍ରତ୍ୟେକ ଥର ତାଙ୍କର ଆବେଦନକୁ ପ୍ରଶାସନିକ ଅଧିକାରୀମାନେ ନାଲିଫିତା ତଳେ ଚାପି ଦେଇଛନ୍ତି । ଏହି ପଞ୍ଚାୟତର ଅନେକ ଧନୀ ଲୋକ ରାସନ କାର୍ଡ ପାଇଥିବାର ପ୍ରମାଣ ରହିଛି । ହେଲେ ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ କରିବାରେ ପ୍ରଶାସନର କୋହଳ ନୀତିକୁ ସାଧାରଣରେ ନାପସନ୍ଦ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*