୧୬୩ ଡିଲରଙ୍କ ଲାଇସେନ୍ସ ରଦ୍ଦ ୯ଜଣଙ୍କ ନାଁରେ ମାମଲା ରୁଜୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ଚଳିତବର୍ଷ ଖରିଫ ଚାଷ ସମୟରେ ସାର ଡିଲରମାନେ କୃତିମ ଅଭାବ ସୃଷ୍ଟି କରି ସାର କଳାବଜାର କରୁଥିବାର ଗୁରୁତର ଅଭିଯୋଗକୁ ନେଇ ରାଜରାସ୍ତାରେ ଚାଷୀ ସଂଗଠନଗୁଡ଼ିକ ଆନେ୍ଦାଳନ କରୁଛନ୍ତି । ସାରର ଉତ୍ତମ ବିତରଣ ପାଇଁ ସରକାର ପଦକ୍ଷେପ ନେଇଥିବା ଘୋଷଣା କରୁଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ସାର୍‌ର ବ୍ୟାପକ କଳାବଜାରୀ ଘଟିଚାଲିଛି । ଏହିସବୁ ଅଭିଯୋଗକୁ ନେଇ କୃଷିବିଭାଗ ପକ୍ଷରୁ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଖିଲାପି ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ଦିଆଯାଇଛି । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ସମୀକ୍ଷା ବୈଠକ ପରେ ଏହି ନିଦେ୍ର୍ଦଶ ଦିଆଯାଇଛି । ରାଜ୍ୟ କୃଷିବିଭାଗ ପକ୍ଷରୁ ବୁଧବାର ଦିନ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସାର୍‌ ବିକ୍ରିରେ ଅନିୟମିତତା କରୁଥିବା ଅଭିଯୋଗରେ ୨୫୦ଜଣ ଡିଲରଙ୍କ ଲାଇସେନ୍ସକୁ ନିଲମ୍ବନ କରାଯାଇଛି । ୧୬୩ଜଣ ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ୧୦୪ଜଣ ଡିଲରଙ୍କୁ ସାର ବିକ୍ରି କରିବାକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଇଛି । ୩୦ଜଣ ଡିଲରଙ୍କ ପାଖରେ ମହଜୁଦ୍‌ ଥିବା ସାର୍‌ ଜବତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅନିୟମିତତା ଅଭିଯୋଗରେ ୯ଜଣ ଡିଲରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ୯ଜଣ ଡିଲରଙ୍କ ମଧ୍ୟରେ ବୌଦ୍ଧରେ ୫ଜଣ, ସମ୍ବଲପୁରରେ ୨ଜଣ ଓ ଦେବଗଡ଼ରେ ୨ଜଣ ଡିଲରଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିସହିତ ରାଜ୍ୟର ଚାଷୀମାନଙ୍କୁ ସାର୍‌ ଯୋଗାଣରେ କୌଣସି ବ୍ୟତିକ୍ରମ ନକରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସାର୍‌ ବିକ୍ରି ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥା କରି ଡିଲରମାନେ ଯେପରି ଚଢ଼ା ଦରରେ ସାର୍‌ ବିକ୍ରି କରିନପାରିବେ ସେ ନେଇ ନିୟମିତ ଯାଞ୍ଚ କରିବାକୁ ବୈଠକରେ ନିଦେ୍ର୍ଦଶ ଦିଆଯାଇଛି । ଏହି ଭର୍ଚୁଆଲ ବୈଠକରେ କୃଷି ସଚିବ ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବୈଶିଷ୍ଠ, କୃଷି ନିଦେ୍ର୍ଦଶକ, ଉଦ୍ୟାନ କୃଷି ନିଦେ୍ର୍ଦଶ, ମୃତ୍ତିକା ନିଦେ୍ର୍ଦଶକ, ଜଳଛାୟା ମିଶନ ନିଦେ୍ର୍ଦଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*