୧୬୦୯ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

୧୬୦୯.୪୯ କୋଟି ଟଙ୍କାର ୮ଟି ନୂଆ ପୁଞ୍ଜି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି । ଗୁରୁବାର ଦିନ ଅନୁଷ୍ଠିତ ୮୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିନେ୍ଦା କ୍ଳିୟରାନ୍ସ ଅର୍ଥରିଟି ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଯାଇଛି । ଏହି ନିବେଶ ପ୍ରସ୍ତାବଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପ୍ଳାନିକ, ପର୍ଯ୍ୟଟନ, ଇସ୍ପାତ ଏବଂ ଭିତ୍ତିଭୂମି କ୍ଷେତ୍ର ଉପରେ ପର୍ଯ୍ୟବସିତ । ପ୍ରକଳ୍ପଗୁଡ଼ିକରେ ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଚି ।
ରାଜ୍ୟସ୍ତରୀୟ ସିଙ୍ଗଲ ୱିନେ୍ଦା କ୍ଳିୟରାନ୍ସ ଅଥରିଟି ପକ୍ଷରୁ ଟାଟା ଗ୍ଲୋବାଲ ବେଭେରେଜ ଲିମିଟେଡକୁ ବାର୍ଷିକ ୩୬୦୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଚା’ ବ୍ଲେନ୍ଦିଙ୍ଗ ତଥା ପ୍ୟାକେଜିଙ୍ଗ କାର୍ଯ୍ୟ ନିମନ୍ତେ ୮୩.୫୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏଠାରେ ୨୯୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସମ୍ପ୍ରସାରଣ ପାଇଁ ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ ଲିମିଟେଡର ୧୫୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ୧୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲ ସମ୍ପ୍ରସାରଣ ପାଇଁ କାମତ ହୋଟେଲସ୍‌ (ଇନ୍ଦିଆ) ଲିମିଟେଡର ୫୧ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ୧୬୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଇସ୍ପାତ କ୍ଷେତ୍ରରେ ତ୍ରିବେଣି ଆର୍ଥ ମୁଭର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବାର୍ଷିକ ୩୦ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ମାଟିତଳେ ସ୍ଲରି ପାଇପ୍‌ ଲାଇନ୍‌ ବସାଇବା ନିମନ୍ତେ ୯୪୮.୯୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ୨୧୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକ ଶେଷରେ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*