୧୬ରୁ ବୈଷ୍ଣୋଦେବୀ ଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଶ୍ରୀନଗର
କରୋନା ସଙ୍କଟ କାରଣୁ ମାର୍ଚ୍ଚ ୧୮ରୁ ଭକ୍ତଙ୍କ ପାଇଁ ବୈଷ୍ଣୋଦେବୀ ଦର୍ଶନ ବନ୍ଦ ରହିଥିଲା । ହେଲେ ଜମ୍ମୁ କାଶ୍ମୀର ପ୍ରଶାସନ ଅଗଷ୍ଟ ୧୬ ତାରିଖ ଠାରୁ ଭକ୍ତଙ୍କୁ ମା’ଙ୍କ ଦର୍ଶନ ନିମନ୍ତେ ଅନୁମତି ଦେଇଛନ୍ତି । ହେଲେ ଏଥିପାଇଁ କିଛି ନିୟମ ପ୍ରଣୟନ କରାଯାଇଛି । ଶାରୀରିକ ଦୂରତ୍ୱ ନିୟମ ଯେପରି ସଠିକ୍‌ ଭାବେ ପାଳନ ହେବ ତାକୁ ଦୃଷ୍ଟିରେ ରଖି ପ୍ରଶାସନ ଗୋଟିଏ ଦିନରେ ୫,୦୦୦ ଭକ୍ତଙ୍କୁ ଦର୍ଶନ ନିମେନ୍ତ ଅନୁମତି ଦେଇଛି ।
ସୂଚନାଯୋଗ୍ୟ ଯେ, ନିକଟରେ ପୂର୍ବକେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ମନୋଜ ସିହ୍ନା ଜମ୍ମୁ କଶ୍ମୀରର ନୂତନ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ସେ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଧାର୍ମିକ ପୀଠକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ବର୍ତ୍ତମାନ ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି ସେହି ନିଷ୍ପତ୍ତି ଅନୁସାରେ ଜମ୍ମୁ ଏବଂ କଶ୍ମୀର ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ -୧୯ ଟେଷ୍ଟ ବାଧ୍ୟତାମୂଳକ । ୧୦ବର୍ଷ ବୟସରୁ କମ୍‌ ବୟସର ପିଲାଙ୍କ ପାଇଁ ଧାର୍ମିକସ୍ଥଳ ଭିତରେ ପ୍ରବେଶ ଅନୁମତି ନାହିଁ । ସମସ୍ତ ଭକ୍ତଙ୍କ ଲାଗି ମାସ୍କ ବାଧ୍ୟତାମୂଳକ । ମାତାଙ୍କ ଭବନ ଭିତରେ ଏକକାଳୀନ ୬୦୦ରୁ ଅଧିକ ଭକ୍ତ ଏକାଠି ହୋଇ ପାରିବେ ନାହିଁ । ପ୍ରଶାସନର ଏହି ନିୟମାବଳୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । ସେହିପରି ଶ୍ରଦ୍ଧାଳୁ ମନ୍ଦିର ପରିସରରେ କୌଣସି ଭେଟ ଚଢ଼ାଇ ପାରିବେ ନାହିଁ କି ଦେବାଦେବୀଙ୍କ ପ୍ରତିମାକୁ ଛୁଇଁପାରିବେ ନାହିଁ । ଭକ୍ତମାନେ ଯେପରି ସୁରକ୍ଷିତ ରହିବେ ତାକୁ ଦୃଷ୍ଟିରେ ରଖି ବୈଷ୍ଣୋଦେବୀ ମନ୍ଦିର ପରିସର, ଆଖପାଖ ଅଞ୍ଚଳକୁ ନିୟମିତ ସାନିଟାଇଜ୍‌ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*