୧୫ ଫୁଟର ଅହିରାଜ ଉଦ୍ଧାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଆସିକା

ଆସିକା ନିକଟ ଚାରିମଇଲି ଠାରେ ଏକ ୧୫ ଫୁଟର ଅହିରାଜ ଉଦ୍ଧାର ହୋଇଥିବା ଜଣାଯାଇଛି । ଉଦ୍ଧାର ବେଳେ ଦୁଇଟି ଛେଳି ମୃତ ଅବସ୍ଥାରେ ପଡିଥିବା ଦେଖାଦେଇଥିଲା । ମଧ୍ୟାହ୍ନରେ ନିକଟ ଗ୍ରାମସନ୍ଧି ନୂଆପଲ୍ଲୀ ଜଙ୍ଗଲ ଠାରେ ଏକ ପଲ ଛେଳି ଓ ମେନ୍ଦା ଚରୁଥିବା ବେଳେ ଚିକ୍ରାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହାକୁ ଶୁଣି ଗ୍ରାମ ଲୋକେ କଣ ହୋଇଛି ବୋଲି ଜାଣିବାକୁ ଯାଇ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ ଏହି ଅହିରାଜ ସାପକୁ କାବୁ କରିବା ପାଇଁ ବହୁ ଚେଷ୍ଟା ପରେ ସାପଟି ୪ ଫୁଟ ମାଟି ତଳକୁ ଚାଲିଯାଇଥିଲା । ବହୁ କସରତ ପରେ ମାଟି ଖୋଳି ଏହି ଅହିରାଜ ସାପକୁ ବାହାର କରିଥିଲେ । ସାପଟିର ଭୟଙ୍କର ରୁପ ଦେଖି ସମସ୍ତଙ୍କ ମୁହଁରେ ଡର ଦେଖାଦେଇଥିଲା । ଏହା ପୂର୍ବରୁ ଅନେକ ଛେଳି ଓ ମେନ୍ଦା ଗାଏବ ହୋଇଥିବା ଅଭିଯୋଗ ରହିଥିଲା ।
ଏହାକୁ ଦୃଷ୍ଟିରେ ରଖି ଗ୍ରାମ ଲୋକେ ଭୟରେ ଅହିରାଜ ସାପକୁ ବିର୍ଶା, ଶାବଳ ଓ ତେଣ୍ଟା ସାହାଯ୍ୟରେ ଭୁଶି ମାରିଦେଇଥିଲେ । ଘଟଣା ପ୍ରକାଶିତ ହେବା ପରେ ଲୋକଙ୍କ ରୁନ୍ଦ ଦେଖିବାକୁ ମିଳିଥିଲା । ପରେ ସାପଟିକୁ ଗ୍ରାମବାସୀ ନିକଟ ଜଙ୍ଗଲରେ ପୋତି ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*