୧୪ କ୍ୟାରେଟ୍‌କୁ ୨୨ କ୍ୟାରେଟ୍‌ କହି ବିକୁଛନ୍ତି ବ୍ୟବସାୟୀ କାର୍ଯ୍ୟାନୁଷ୍ଠାନ ହେବ କଡ଼ାକଡ଼ି : ଯୋଗାଣମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ସୁନା କାରବାର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଗ୍ରାହକଙ୍କ ଠାରୁ ବ୍ୟାପକ ଠକେଇ କରୁଛନ୍ତି । ନିକଟରେ ବିଭିନ୍ନ ସହରରେ ଏହି ସବୁ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଚଢ଼ାଉ ବେଳେ ଏହି ଠକେଇ ପଦାକୁ ଆସିଛି ବୋଲି ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଶନିବାର ଦିନ ଯୋଗାଣମନ୍ତ୍ରୀ ସୁନା ଠକେଇ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇ ଏଭଳି ଠକ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ରାଜ୍ୟରେ ସୁନା ଦୋକାନ ଗୁଡ଼ିକ ଓଜନ ଏବଂ ମାନରେ ଠକେଇ କରି ଗ୍ରାହକମାନଙ୍କୁ ଲୁଟୁଥିବାର ଯେଉଁ ଅଭିଯୋଗ ଆସୁଥିଲା ଚଢ଼ାଉ ବେଳେ ତାହା ଧରାପଡ଼ିଛି । ନଭେମ୍ବର ୨୨ରୁ ୨୫ତାରିଖ ମଧ୍ୟରେ ରାଜ୍ୟର ୬ଟି ବଡ଼ ସହରରେ ଯୋଗଣ ବିଭାଗ ସ୍ୱାର୍ଡ ଚଢ଼ାଉ କରୁଥିବା ସମୟରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ୧୪କ୍ୟାରେଟ୍‌ ସୁନାକୁ ୨୨କ୍ୟାରେଟ୍‌ କହି ଗ୍ରାହକମାନଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ଠକି ଚାଲିଥିବା ଜଣାପଡ଼ିଛି । ୬ଟି ସହରରେ ୪୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ତନଖିବେଳେ ସୁନା କ୍ୟାରେଟର ମାନକୁ ଏପଟ ସେପଟ କରି ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଚଢ଼ାଉ ବେଳେ ୨୯ଟି ପ୍ରତିଷ୍ଠାନ ଏଭଳି ଅନିୟମିତତା କରିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ଥିବା ବଡ଼ ବଡ଼ ସୁନା ବ୍ୟବସାୟ କେନ୍ଦ୍ର ଗୁଡ଼ିକ ଯାଞ୍ଚବେଳେ ଏହି ଅନିୟମିତତା ଧରାପଡ଼ିଥିଲା । ଯୋଗାଣ ବିଭାଗ ପକ୍ଷରୁ ବେଆଇନ କାରବାର ପାଇଁ ୩ଲକ୍ଷ ୭୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଭୁବନେଶ୍ୱରର ୧୦ଟି ଦୋକାନରେ ଚଢ଼ାଉ ବେଳେ ୬ଟି ଦୋକାନରେ ଅନିୟମିତତା ଓ ଠକେଇ ଠାବ କରାଯାଇଥିଲା । ଖବର କାଗଜ ଓ ଟେଲିଭିଜନ ଚ୍ୟାନେଲରେ ବଡ଼ ବଡ଼ ବିଜ୍ଞାପନ ଦେଉଥିବା ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଗ୍ରାହକଙ୍କୁ ବ୍ୟାପକ ଠକେଇ କରୁଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସୁନା ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍‌ ଦିଆଯାଇ ହଲ୍‌ ମାର୍କ ସୁନା ବିକ୍ରି କରିବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*