୧୪ରେ ଆସିବେ କେନ୍ଦ୍ରୀୟ ଦଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବୁଲବୁଲ ଝଡ ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆସନ୍ତା ୧୪ ତାରିଖରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସୁଛନ୍ତି । ୧୪-୧୫ ଦୁଇଦିନ ଧରି ଏହି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ପରେ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦେବେ । ସୋମବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆକାଶମାର୍ଗରୁ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଅନୁଧ୍ୟାନ କରିଛନ୍ତି । ଆକାଶମାର୍ଗରୁ ଅନୁଧ୍ୟାନ ପରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସରେ ଆଲୋଚନା କରି ପ୍ୟାକେଜ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସମ୍ପର୍କରେ ଗଣମାଧ୍ୟମରେ ସୂଚନା ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସରକାରଙ୍କ ଝଡ ପରବର୍ତ୍ତୀ ସୂଚନା ଦେଇଥିଲେ । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବୁଲବୁଲର ପ୍ରଭାବ ପଡ଼ିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏହି ସବୁ ଜିଲ୍ଲାରେ ବ୍ୟାପକ ଧାନ ଫସଲ ସହିତ ପନିପରିବା ଚାଷ ନଷ୍ଟ ହୋଇଥିବାରୁ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳମାନେ ସହଯୋଗୀ ଅଧିକାରୀମାନଙ୍କ ଦ୍ୱାରା କ୍ଷୟକ୍ଷତି ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କୁହାଯାଇଛି । ମଙ୍ଗଳବାର ସୁଦ୍ଧା ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହୋଇଥିବା ୧୬ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୧୫ ଲକ୍ଷଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି । କ୍ଷୟକ୍ଷତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏକ ପ୍ୟାକେଜ ଘୋଷଣା କରିଛନ୍ତି । ନଷ୍ଟ ହୋଇଥିବା ଧାନ ଫସଲ ପାଇଁ ଅଣ ଜଳସେଚିତ ଜମି ନିମନ୍ତେ ହେକ୍ଟର ପିଛା ୮୬୫୦, ଜଳସେଚିତ ଜମି ପାଇଁ ୧୩,୫୦୦, ପନିପରିବା ଫସଲ ନଷ୍ଟ ପାଇଁ ୧୮୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ । ସେହିଭଳି କ୍ଷତିର ଶିକାର ହୋଇଥିବା ମାଛ ଚାଷୀ, ଗୃହପାଳିତ ପଶୁ, ଡଙ୍ଗା, ଜାଲ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କ୍ଷତିଗ୍ରସ୍ତ ଲୋକମାନଙ୍କ ନିମନ୍ତେ ଦିଆଯାଉଥିବା ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦେବା ପାଇଁ ସବୁ ଜିଲ୍ଲାକୁ ନିଦେ୍ର୍ଦଶ ଦିଆସରିଛି । ଆରଡିସିଙ୍କ ସହିତ ଜିଲ୍ଲାପାଳମାନେ ନିଜେ କ୍ଷୟକ୍ଷତି ତଦାରଖ କରୁଛନ୍ତି । ଜିଲ୍ଲାସ୍ତରରୁ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଯଥାଶୀଘ୍ର କ୍ଷୟକ୍ଷତି ସମ୍ବଳିତ ସ୍ମାରକପତ୍ର ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଛନ୍ତି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*