୧୦ ଦଫା ଦାବି ନେଇ ଆଶାକର୍ମୀ ସଂଘଙ୍କ ବିକ୍ଷୋଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଯାଜପୁର ଟାଉନ

ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜାତୀୟ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଆଶାକର୍ମୀମାନେ ଗ୍ରାମୀଣ ଓ ସହରାଞ୍ଚଳ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଇବା, ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା, ଯେକୌଣସି ଜଟିଳତା ସମୟରେ ସହଯୋଗ କରିବା ସହ ଚିକିତ୍ସାଳୟରେ ପହଞ୍ଚାଇବା, ଲୋକମାନଙ୍କୁ ପରିସ୍କାର ଓ ପରିଚ୍ଛନ୍ନର ମହତ୍ତ୍ୱ ବୁଝାଇବା ଆଦି ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଆଶାକର୍ମୀ ଓ ଆଶା ସାଥିମାନଙ୍କୁ କୌଣସି ବେଦନ ଦିଆନଯାଇ ଏନଏଚଏମ୍ ଯୋଜନା ଅନୁସାରେ କିଛି ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସେମାନଙ୍କୁ ରାଜ୍ୟ କର୍ମଚାରୀ ଘୋଷଣା କରାଯିବା ସହ ମାସିକ ୧୮ ହଜାର ଓ ୨୪ ହଜାର ପ୍ରଦାନ କରାଯିବା, ସରକାରୀ ଘୋଷଣା ପର୍ଯ୍ୟନ୍ତ ସେମାନଙ୍କ ପ୍ରୋତ୍ସାହନ ୨ଗୁଣିତ କରିବା, ୨୦ ଦିନ ପରିବର୍ତ୍ତେ ୩୦ ଦିନ କାର୍ଯ୍ୟ କରିବା ପାଇଁ ଖସଡା ପ୍ରସ୍ତୁତ କରିବା, ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇ ଇପିଏଫ, ଇଏସଆଇ, ପେନ୍ସନ ଓ ଗ୍ରାଚୁଟି ଯୋଗାଇଦେବା, ଦୁର୍ଘଟଣାଜନିତ ଓ ସାଧାରଣ ମୃତୁ୍ୟ ଘଟିଲେ ୫ ଲକ୍ଷ ଟଙ୍କା ମୃତୁ୍ୟକାଳୀନ ସହାୟତା ରାଶି ପ୍ରଦାନ କରିବା ଆଦି ୧୦ ଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସଭାନେତ୍ରୀ ସୁରମାରାଣୀ କର ଓ ସମ୍ପାଦିକା ପୁଷ୍ପଲତା ରାଉତଙ୍କ ସମେତ ଶହ ଶହ ଆଶା କର୍ମୀମାନେ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*