୧୦ତମ ସିଜିଡି ବିଡିଂ ରାଉଣ୍ଡ ଅଧୀନରେ ଏଲ୍ଓଆଇ ବିତରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ

ଭାରତବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଥିବା ବେଳେ ସମସ୍ତେ ମିଶି ଏହାକୁ ପୂରା କରିବାର ଆବଶ୍ୟକତା ରହିଛି ବୋଲି ୧୦ତମ ସିଜିଡି ବଡିଂ ରାଉନ୍ଦ ଅନ୍ତର୍ଗତ ୧୨୪ ଜିଲ୍ଲାର ୫୦ ଭୌଗଳିକ କ୍ଷେତ୍ର ପାଇଁ ଲେଟର ଅଫ୍ ଇନଟେଂଟ୍ (ଏଲ୍ଓଆଇ) ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ୨୦ ପ୍ରତିଶତ ଲୋକଙ୍କ ପାଖରେ ସିଜିଡି ନେଟ୍ୱାର୍କ ଥିଲା । ବର୍ତ୍ତମାନ ଏହି ସଂଖ୍ୟା ୭୦ ପ୍ରତିଶତରେ ପହଁଚିଛି । ଭାରତର ପାଇପ ନ୍ୟାଚୁରାଲ ଗ୍ୟାସ ନେଟୱାର୍କ ତଥା ଦେଶର ଗ୍ୟାସ ଉତ୍ପାଦନ ନୀତିରେ ନୂଆ ସଂସ୍କାର ଆସିଛି । ଦୁନିଆର ସବୁଠୁ ବଡ ପଲିସି ନରେନ୍ଦ୍ର ମୋଦିଙ୍କ ସରକାର ଆଣିଛି । ୭ ରୁ ୮ ଲକ୍ଷ କୋଟି ଟଙ୍କାର ଉର୍ଜା ଆମେ ବିଦେଶରୁ ଆମଦାନୀ କରୁଛୁ । ଏଥିରୁ ବଂଚିବା ପାଇଁ ଦେଶରେ ଉର୍ଜାର ଉତ୍ପାଦନକୁ ବଢାଇବାର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ ଟୋକିଓ ଗ୍ୟାସ କମ୍ପାନୀ ଘରକୁ ଗ୍ୟାସ ପହଁଚାଇବା ଠାରୁ ଆଜି ଏକ ସେବାସଂସ୍ଥା କମ୍ପାନୀ ହେଲାଣି । ଉକ୍ତ କମ୍ପାନୀ ଆଜି ଘରର ଦରକାରୀ ଜିନିଷ ପହଁଚାଇ ଘରର ସମସ୍ତ ଆବଶ୍ୟକତାକୁ ପୂରଣ କରୁଛି । ଭାରତରେ ପ୍ରଥମେ ରୋଜଗାର କେବଳ ଦୋକାନ, ସଂଗଠନ କିମ୍ବା କର୍ମ ସଂସ୍ଥାରେ ମିଳୁଥିଲା । ମାତ୍ର ଟୋକ୍ନୋଲୋଜି ଏହି କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଘରେ ବସି ରୋଜଗାର ମିଳିପାରୁଛି । ସିଜିଡି ନେଟ୍ୱାର୍କ ଭାରତର ନୂଆପୀଢିକୁ ରୋଗରୁ ବଞ୍ଚେଇପାରିବ । ଭାରତର ଗରିବଙ୍କୁ ରୋଗରୁ ବଂଚାଇବା ମାଧ୍ୟମର ଚାବିକାଠି ସରକାରଙ୍କ ପାଖରେ ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*