୧ରେ ଓଡ଼ିଶା ଉକ୍ରର୍ଷ ସମ୍ମାନ ସମ୍ମାନିତ ହେବେ ୨୦ ପ୍ରତିଭା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ଦ୍ୱିତୀୟ ଓଡ଼ିଶା ଉକ୍ରର୍ଷ ସମ୍ମାନ ସମାରୋହ । ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଆ ମିଡିଆର ନିଦେ୍ର୍ଦଶକ କଥାକାର ଓ ସାମ୍ବାଦିକ ଶୁଭ୍ରାଂଶୁ ପନ୍ଦା କହିଥିଲେ ଯେ ଗତ ବର୍ଷ ଭଳି ଏ ଥର ମଧ୍ୟ ୨୦ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ଡିସେମ୍ବର ୧ତାରିଖ ରବିବାର ପୂର୍ବାହ୍ନ ୧୦ ଟାରେ ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରାଯିବ । ପୁରସ୍କାର ଚୟନ କମିଟି ସୁପାରିସ କରିଥିବା ୧୭ ଜଣ ପ୍ରାପକ ହେଲେ ସଙ୍ଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଜଗଦାନନ୍ଦ, ସାହିତ୍ୟରେ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଅଜିତ ଦାସ, ସିନେମାରେ ମହାଶ୍ୱେତା ରାୟ, ଲୋକସେବାରେ ଅରୁଣ ବୋଥ୍ରା, କ୍ରୀଡ଼ାରେ ଅନୁରାଧା ବିଶ୍ୱାଳ, ସାମ୍ବାଦିକତାରେ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଅରୁଣ କୁମାର ସାବତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ୱ କ୍ଷେତ୍ରରେ ପ୍ରିୟଦର୍ଶୀ ପାଣି, ଶିକ୍ଷା କ୍ଷେତ୍ରରେ ସବିତା ପଟ୍ଟାନୟକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ପ୍ରଶାନ୍ତ ସାହୁ ଓ ସମ୍ପଦ ପରିଚାଳନା କ୍ଷେତ୍ରରେ ତ୍ରିନାଥ ଲେଙ୍କା । ଅନୁରୂପ ଭାବେ ତିନୋଟି ଅନୁଷ୍ଠାନ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନୀ ନାଲକୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍‌ ଓଡ଼ିଶା ଭଲୁ୍ୟଣ୍ଟାରୀ ଆକ୍ସନ (ସୋଭା) ଓଡ଼ିଶା ଉକ୍ରର୍ଷ ସମ୍ମାନ ୨୦୧୯ ଗ୍ରହଣ କରିବେ । ରାଜ୍ୟରେ ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ଉକ୍ରର୍ଷତାର ଜୟଗାନ କରିବା ଏହି ସମ୍ମାନ ସମାରୋହର ଉଦେ୍ଦଶ୍ୟ ବୋଲି ଓଡ଼ିଆ ମିଡିଆ ନିଦେ୍ର୍ଦଶକ ଶ୍ରୀ ପନ୍ଦା କହିଥିଲେ । ଏ ଅବସରରେ ସମ୍ମାନିତ ବ୍ୟକ୍ତିତ୍ୱ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖ ଥାଇ ଏକ ପୁସ୍ତିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*