ୟୁରୋପୀୟ ପ୍ରତିନିଧିମଣ୍ଡଳର ଗସ୍ତ ପ୍ରିୟଙ୍କା-ମାୟାବତୀ ଉଠାଇଲେ ପ୍ରଶ୍ନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ୟୁରୋପୀୟ ପ୍ରତିନିଧିମଣ୍ଡଳକୁ ଜାମ୍ମୁ-କାଶ୍ମୀର ଯିବାର ଅନୁମତି ଘଟଣାକୁ ଅନେକ ରାଜନୈତିକ ଦଳ ବିରୋଧ କରିଛନ୍ତି । ବିରୋଧୀ ଦଳର ନେତାମାନେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲା ବେଳେ ଏଆଇଏମ୍‌ଆଇଏମର ଅଧ୍ୟକ୍ଷ ତଥା  ସାଂସଦ ଅସଦୁଦ୍ଦିନ ଓବେସି ଏହି ପ୍ରତିନିଧିମଣ୍ଡଳର ସାଂସଦମାନଙ୍କୁ ନାଜି ଲଭର ବୋଲି କହିଛନ୍ତି ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ୟୁରୋପୀୟ ସାଂସଦମାନଙ୍କୁ କାଶ୍ମୀର ଗସ୍ତର ଅନୁମତି ଦିଆଗଲା । ହେଲେ ଭାରତୀୟ ସାଂସଦ ଓ ନେତାମାନଙ୍କୁ କାଶ୍ମୀର ଗସ୍ତ ପୂର୍ବରୁ ବିମାନ ବନ୍ଦରରେ ଅଟକା ଯାଇ ଘରକୁ ଫେରାଇ ଦିଆଯାଉଛି । ଏହା ନିଆରା ରାଷ୍ଟ୍ରବାଦର ପ୍ରତୀକ ଅଟେ । ସେହିପରି ବସପା ମୁଖିଆ ମାୟାବତୀ କହିଛନ୍ତି ଯେ, ୟୁରୋପୀୟ ସାଂସଦମାନଙ୍କୁ କାଶ୍ମୀର ପଠାଇବା ପୂର୍ବରୁ ଦେଶର ସାଂସଦମାନଙ୍କୁ ସେଠାକୁ ପଠାଇବାର ଆବଶ୍ୟକ ଥିଲା । ସେ ଟୁଇଟ୍‌ କରି କହିଛନ୍ତି ଯେ, ଧାରା-୩୭୦ ଉଚ୍ଛେଦ ପରେ ସ୍ଥିତିର ଅନୁଧ୍ୟାନ ପାଇଁ ଯଦି ପ୍ରଥମେ ଦେଶର ବିଶେଷ କରି ବିରୋଧୀ ଦଳର ସାଂସଦମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା । ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ୍‌ କରି ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ କହିଛନ୍ତି ଯେ, ଭାରତୀୟ ସାଂସଦମାନଙ୍କୁ ଅନୁମତି ନଦେଇ ୟୁରୋପୀୟ ସାଂସଦମାନଙ୍କୁ ଅନୁମତି ଦେବା ଏହା ପ୍ରମାଣ କରୁଛି ଯେ, କିଛି ନା କିଛି ଭୁଲ୍‌ ରହିଛି । ସୋମବାର ଭାଜପା ନେତା ସୁବ୍ରମଣ୍ୟମସ୍ୱାମୀ ମଧ୍ୟ ଟୁଇଟ୍‌ କରି ସରକାରଙ୍କ ଏହି ନିଷ୍ପତ୍ତି ଉପରେ ନିଜ ଆପତ୍ତି ଜଣାଇଥିଲେ । ସେ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*