ହୋଲଡିଂ ଟିକସ ବୃଦ୍ଧି ପ୍ରତ୍ୟାହାର ଓ ବେଆଇନ୍ ପାର୍କିଂ ଫି ଆଦାୟର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବିରେ ବିଏମ୍ସି ଅଫିସ୍ ଘେରାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଭୁବନେଶ୍ୱର ମୁ୍ୟନିସିପାଲ୍ କର୍ପୋରେସନ୍ ପକ୍ଷରୁ ରାଜଧାନୀ ବାସିନ୍ଦାଙ୍କ ଉପରେ ହୋଲଡିଂ ଟିକସ ବୃଦ୍ଧି କରାଯିବା ପାଇଁ ଯେଉଁ ନିଷ୍ପତି ନିଆଯାଇଛି ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ତେଣୁ ଏହି ଜନବିରୋଧୀ ନିଷ୍ପତି ବିରୋଧରେ ଶୁକ୍ରବାର ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସିପିଏମ୍, ଫରୱାର୍ଡ ବ୍ଲକ ଓ ସିପିଆଇ.(ଏମ୍-ଏଲ୍) ଲିବରେସନ୍ ପାର୍ଟି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଅବସରରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଥିଲେ, ବିଏମ୍ସିର ମନୋମୁଖୀ, ଏକଚାଟିଆ ଓ ଜନବିରୋଧି ଟିକସ ବୃଦ୍ଧିକୁ କେବେ ବି ବରଦାସ୍ତ କରାଯିବ ନାହିଁ । ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତିକୁ ଆଳ କରି ଜମିର ବେଚଂମାର୍କ ମୂଲ୍ୟ ବୃଦ୍ଧି ନାଁରେ ହୋଲଡିଂ ଟିକସ ବୃଦ୍ଧିର ବୋଝକୁ ସାଧାରଣ ଲୋକଙ୍କ ଉପରେ ଲଦି ଦିଆଗଲେ ଏହାର ଜୋର୍ଦାର ବିରୋଧ କରାଯିବ ବୋଲି ଶ୍ରୀ ବେହେରା ବିଏମ୍ସି କର୍ତୃପକ୍ଷଙ୍କୁ କହିଥିଲେ । ଏହିଠାରେ ଉଲ୍ଲେଖଯୋଗ୍ୟ, ବିଏମ୍ସି ଯଦି ତା’ର ନୂଆ ପ୍ରସ୍ତାବକୁ କାର୍ଯ୍ୟକାରୀ କରେ ତାହେଲେ ବର୍ଷକୁ ୬ହଜାର ଟଙ୍କା ହୋଲଡିଂ ଟିକସ ଦେଉଥିବା ଘର ମାଲିକମାନଙ୍କୁ ୧୮ ହଜାର ଟଙ୍କା ବାର୍ଷିକ ହୋଲଡିଂ ଟିକସ୍ ଦେବାକୁ ପଡ଼ିବ । ଏହା ରାଜଧାନୀରେ ବସବାସ କରୁଥିବା ସାଧାରଣ ଲୋକମାନଙ୍କ ପକ୍ଷରେ ଦେବା ସମ୍ଭବପର ନୁହେଁ ବୋଲି ରାଜନୈତିକ ନେତା ମାନେ କହିଥିଲେ । ତେଣୁ ବିଏମ୍ସି କର୍ତୃପକ୍ଷ ଏଭଳି ଜନବିରୋଧି ନିଷ୍ପତିକୁ ସ୍ଥଗିତ ରଖିବାକୁ ଏହି ନେତାମାନେ ଦାବି କରିଥିଲେ । ତେବେ ଭୁବନେଶ୍ୱର ମହାନଗର ନିଗମ ବଡ଼ ଅଧିକାରୀ ମାନେ ହୋଲଡିଂ ଟିକସ୍ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ । ଅପରପକ୍ଷରେ ବିଏମ୍ସି ଅତିରିକ୍ତ କମିଶନ ସୁରଥ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳକୁ ଆସି ଆନେ୍ଦାଳନକାରୀମାନଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବା ସହିତ ଜନସାଧାରଣଙ୍କର ଏହି କ୍ଷୋଭକୁ ବିଏମ୍ସି କର୍ତୃପକ୍ଷ ସମ୍ବେଦନଶୀଳତା ସହିତ ବିଚାର କରିବେ ଏବଂ ଆଇନ ଅନୁଯାୟୀ ବେଆଇନ ପାର୍କିଂ ଫିଂ ଆଦାୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଏହି ଆନେ୍ଦାଳନରେ ଅନ୍ୟମାନଙ୍କ ମଧ୍ୟରେ ସିପିଏମ୍ର ପ୍ରଭାତ ପାଣିଗ୍ରାହୀ, ସାର୍ଲ ମାର୍ନ୍ଦି, ସିପିଆଇ (ଏମ୍-ଏଲ୍),ବଂଶୀଧର ପରିଡ଼ା, ସମାଜବାଦୀ ପାର୍ଟିର ସଂଜୟ ନାୟକ, ବିଜୟ ବେହେରା ଏବଂ ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*