ହୋନ୍ଦା ୨ହ୍ୱିଲର୍ସ ପକ୍ଷରୁ ୨୦୧୯ ମୋଟରସ୍ପୋର୍ଟସ୍ ପାଇଁ ଟିମ୍ ଘୋଷଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ହୋନ୍ଦା ମୋଟରସାଇକଲ୍ ଆନ୍ଦ୍ ସ୍କୁଟର ଇନ୍ଦିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚଏମଏସଆଇ) ପକ୍ଷରୁ ୨୦୧୯ ଆନ୍ତର୍ଜାତିକ ମୋଟରସ୍ପୋର୍ଟ ପାଇଁ ଟିମ୍ ଘୋଷଣା କରାଯାଇଛି । ଜାତୀୟ ଓ ଆନ୍ତର୍ଜାତିକ ସ୍ତର ପାଇଁ ପ୍ରସିଦ୍ଧ ଭାରତୀୟ ଚାଳକ ଗଠନ କରିବା ଲକ୍ଷ୍ୟ ନେଇ ହୋନ୍ଦା ଏଥର ତିନି ପ୍ରକାର ରଣନୀତି ନେଇ କାମ କରିବ ।
ଏ ବିଷୟରେ ସୂଚନା ଦେଇ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାନ୍ଦ୍ ଓ ଯୋଗାଯୋଗ, ହୋନ୍ଦା ମୋଟରସାଇକଲ୍ ଆନ୍ଦ୍ ସ୍କୁଟର ଇନ୍ଦିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଜିତିବା ପାଇଁ ହୋନ୍ଦା ଆହ୍ୱାନ ଏବଂ ଅଭିଳାଷ ନେଇ ଆଗକୁ ବଢ଼ୁଛି । ଅନେକ ଲୋକଙ୍କର ଆମଠାରୁ ବହୁତ କିଛି ଆଶା ଅଛି ଏବଂ ଶ୍ରେଷ୍ଠ ସମ୍ଭବ ଫଳ ପାଇବା ପାଇଁ ଆମେ କାମ କରୁଛୁ । ଏସିଆ ସ୍ତରରେ ଆଇଡେମିସୁ ହୋନ୍ଦା ରେସିଂ ଇନ୍ଦିଆ ଟିମ୍ରେ ଦୁଇଜଣ ଉଦୀୟମାନ ଭାରତୀୟ ଚାଳକ ରହିଛନ୍ତି । ଆମେ ଆଶା କରୁଛୁ ଯେ ଆମର ଚାଳକମାନେ ଶ୍ରେଷ୍ଠ ସ୍ଥାନରେ ପହଂଚିବେ ଓ ଆମକୁ ଆନ୍ତର୍ଜାତିକ ସ୍ତରରେ ଗର୍ବିତ କରିବେ ।”
୨୦୧୯ ଏଆରସିସି ପାଇଁ ହୋନ୍ଦା ପକ୍ଷରୁ ଏପି୨୫୦ ବର୍ଗ ନିମନ୍ତେ ଦୁଇଜଣ ଅଭିଜ୍ଞ ଚାଳକ ରାଜୀବ ସେତୁ ଓ ସେନ୍ଥିଲ କୁମାରଙ୍କୁ ଚୟନ କରାଯାଇଛି । ହୋନ୍ଦା ପକ୍ଷରୁ ୨୦୧୮ ହୋନ୍ଦା ଟ୍ୟାଲେଣ୍ଟ ହଣ୍ଟ ଚାଳକଙ୍କୁ ଏସିଆ ସ୍ତରରେ ପହଂଚାଇବାକୁ ଉଦ୍ୟମ କରାଯାଇଛି । ସେମାନେ ହେଉଛନ୍ତି ୧୪ ବର୍ଷୀୟ ମହମ୍ମଦ ମିକାଇଲ ଏବଂ ୧୮ ବର୍ଷୀୟ କାର୍ତିକ ହବିବ୍ । ୨୦୧୯ ଥାଇ ଟ୍ୟାଲେଣ୍ଟ କପ୍ ପାଇଁ ସେମାନଙ୍କୁ ଚୟନ କରାଯାଇଛି । ଏସିଆର ଏହି ଚାରି ଉଦୀୟମାନ ଚାଳକ ମୋଟୋ୨, ମୋଟୋ୩ ଶ୍ରେଣୀରେ ଅଂଶଗ୍ରହଣ କରିବେ । ହୋନ୍ଦ ପକ୍ଷରୁ ବିଶ୍ୱସ୍ତରୀୟ ରେସିଂ ଟେକ୍ନିସିଆନ୍ ମଧ୍ୟ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ସେଥିପାଇଁ ଏସଏଚଓଡବ୍ଲୁ୍ୟଏ ଟିମ୍ ସହିତ ହୋନ୍ଦା ଏସିଆ ଡ୍ରିମ୍ ରେସିଂ ଭାଗ ନେବେ । ଏହି ଟିମ୍ ଜାପାନର ସୁଜୁକା ଠାରେ ହେବାକୁ ଥିବା ୮ ଘଣ୍ଟାର ଅଲ ଜାପାନ ରୋଡ ରେସିଂ ଚାମ୍ପିଆନ୍ସିପ୍ ଏବଂ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ର ଏବିଏସ୧୦୦୦ କ୍ଲାସ୍ରେ ଅଂଶଗ୍ରହଣ କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*