‘ହେରା ଫେରି -୩’ ମାଧ୍ୟମରେ ଇନ୍ଦ୍ର କୁମାର ଦେବେ ବଡ ସପ୍ରାଇଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବ୍ଳକ ବଷ୍ଟର ଫିଲ୍ମ ‘ହେରା ଫେରି ଓ ଫିର ହେରା ଫେରି’ ଏପରି ଫିଲ୍ମ ଯାହାର ଡାଇଲଗ ଆଜି ବି ସୋସିଆଲ ମିଡିଆରେ ଛାଇ ହୋଇରହିଛି । ଏହି ସିନେମାର ପ୍ରତ୍ୟେକ ସିିନକୁ ଏବେ ମଧ୍ୟ ଦର୍ଶକ ଭୁଲି ନାହାନ୍ତିି । ଏବେ ଆଉ ଥରେ ପୁଣି ବାବୁ ଭାଇଙ୍କ ରାଗ, ଶ୍ୟାମର ନିରୀହତା ଓ ରାଜୁର ଅତି ଚତୁର ବୁଦ୍ଧିକୁ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମର ନିଦେ୍ର୍ଦଶକ ଇନ୍ଦ୍ର କୁମାର ଦର୍ଶକଙ୍କୁ ‘ ହେରା ଫେରି -୩’ ମାଧ୍ୟମରେ ଖୁବ ସପ୍ରାଇଜ ଦେବାର ଯୋଜନା ରଖିଛନ୍ତି । ‘ଟୋଟାଲ ଧମାଲ’ର ସଫଳତା ପରେ ଏବେ ଇନ୍ଦ୍ର କୁମାର ନିଜ ଆଗାମୀ ଫିଲ୍ମ ‘ହେରା ଫେରି -୩ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଦୀର୍ଘ ଦିନ ଧରି ‘ହେରା ଫେରି-୩’କୁ ନେଇ ବହୁ ଖବର ଆସୁଥିବା ବେଳେ ଏବେ କିନ୍ତୁ ଏହି ଫିଲ୍ମ ଫ୍ଲୋରକୁ ଆସିବ ବୋଲି ସ୍ପଷ୍ଟ ହୋଇଯାଇଛି । ଇନ୍ଦ୍ର କୁମାର ଏହି ସିନେମାକୁ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା କରିସାରିଛନ୍ତି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଇନ୍ଦ୍ର କୁମାର କହିଛନ୍ତି ସେ ‘ହେରା ଫେରି-୩’କୁ ବହୁତ ଖାସ କରି ପ୍ରସ୍ତୁତ କରିବି । ସେ କହିଛନ୍ତି କି ‘ମୁଁ ଖୁସି ଅଛି ଯେ, ରାଜୁ, ଶ୍ୟାମ ଓ ବାବୁରାଓ ପୁଣି ଆଉ ଥରେ ଏକାଠି ବଡ ପରଦାରେ ଦେଖାଦେବେ ।
ସେ କହିଛନ୍ତି କି, ‘ମୁଁ ଟୋଟାଲ ଧମାଲରେ ବ୍ୟସ୍ତ ଥିବାରୁ ହେରା ଫେରି -୩ ଉପରେ ଧ୍ୟାନ ଦେଇନଥିଲି । ଏହି ଫିଲ୍ମକୁ ଏବେ ମୁଁ ୨୦୧୯ ଶେଷ ସୁଦ୍ଧା ଆରମ୍ଭ କରିବାକୁ ଯାଉଛି । ଏହା ସହିତ ସେ କହିଛନ୍ତି କି, ଏହି ଫିଲ୍ମକୁ ମୁଁ ସମ୍ପୂର୍ଣ୍ଣ ଅଲଗା ଭାବେ ନିର୍ମର୍ାଣ କରିବାକୁ ଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*