ହେରାଫେରି-୩ରେ ଅକ୍ଷୟଙ୍କ ସ୍ଥାନ ନେବେ କାର୍ତ୍ତିକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡରେ ନୂଆ ନୂଆ ପାଦ ଥାପିଥିବା କାର୍ତ୍ତିକ ଆର୍ୟନଙ୍କର ଏବେ ଇନ୍ଦଷ୍ଟ୍ରିରେ ଖୁବ୍‌ ଚାହିଦା ବଢିଯାଇଛି । ଫିଲ୍ମ ବ୍ୟାକଗ୍ରାଉନ୍ଦର ହୋଇନଥିବା ସତ୍ତ୍ୱେ ନିଦେ୍ର୍ଦଶ ଏବଂ ନିର୍ମାତାଙ୍କର ସେ ପ୍ରଥମ ପସନ୍ଦ ବନିବାରେ ଲାଗିଛନ୍ତି ।
ଏବେ ଦେଖିବାକୁ ମିଳୁଛି ଯେ, ହିନ୍ଦୀ ଫିଲ୍ମ ଗୁଡିକର ସିକ୍ୱେଲରେ ଅଭିନୟ ପାଇଁ ନିର୍ମାତା-ନିଦେ୍ର୍ଦଶକ କାର୍ତ୍ତିକଙ୍କୁ ଖୁବ୍‌ ପସନ୍ଦ କରୁଛନ୍ତି । ଯୁବତୀ ଏବଂ ଛୁଆଙ୍କ ଅତିପ୍ରିୟ କାର୍ତ୍ତିକ ନିକଟରେ ‘ଭୁଲ ଭୁଲୈୟା-୨’ ସାଇନ୍‌ କରିଛନ୍ତି, ଯାହାର ପ୍ରଥମ ପାର୍ଟରେ ଅକ୍ଷୟ କୁମାର ଥିଲେ । ଏବେ ଖବର ଆସୁଛି ଯେ, ହେରାଫେରି-୩ରେ ମଧ୍ୟ କାର୍ତ୍ତିକ ଅକ୍ଷୟଙ୍କ ସ୍ଥାନ ନେଇପାରନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାର୍ତ୍ତିକ, ଅକ୍ଷୟଙ୍କ ସ୍ଥାନରେ ଅଭିନୟ କରିଲେ ମଧ୍ୟ ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟି ପୂର୍ବବତ୍‌ ନିଜ ନିଜ ଭୂମିକା ନିର୍ବାହ କରିବେ । ହେଲେ ହେରାଫେରି-୧ ଏବଂ ୨ରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ମୋହିଥିବା ଅକ୍ଷୟ ଯେ ହେରାଫେରି-୩ରେ ନଜର ଆସିବେ ନାହିଁ ଏବଂ କାର୍ତ୍ତିକ ଆର୍ୟନ ତାଙ୍କ ଚରିତ୍ର ନିଭାଇବେ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
କାର୍ତ୍ତିକ ଆର୍ୟନଙ୍କୁ ଖୁବଶୀଘ୍ର ଫିଲ୍ମ ‘ପତି ପତ୍ନୀ ଅର ୱ’ରେ ଅନନ୍ୟା ପାନେ୍ଦ ଏବଂ ଭୂମି ପେଡନେକରଙ୍କ ସହ ଦେଖିବାକୁ ମିଳିବ । ଅପରପକ୍ଷରେ ଅକ୍ଷୟ କୁମାରରଙ୍କ ଅଭିନୀତ ହାଉସଫୁଲ-୪ ଦିପାବଳୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*