ହେଗଡେଙ୍କ ବୟାନ, ଫଡନାଭିସ୍‌ଙ୍କ ଖଣ୍ଡନ ‘୪୦ ହଜାର କୋଟି ବଞ୍ଚାଇବା ପାଇଁ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଦେବେନ୍ଦ୍ର ଫଡନାଭିସଙ୍କୁ ସମାଲୋଚନା କରି ବିରୋଧୀ ତିନିଦିନିଆ ମୁଖ୍ୟମନ୍ତ୍ରୀର ତାତ୍ସଲ୍ୟ କରୁଛନ୍ତି । ତେବେ ଏହି ଘଟଣାକୁ ନେଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଉ ହେଗଡେଙ୍କ ଏହି ବୟାନକୁ ଖନ୍ଦନ କରିଛନ୍ତି ଫଡନାଭିସ୍‌ । ଅନ୍ୟପଟେ ଶିବସେନା ପ୍ରତିକି୍ରୟାରେ କହିଛି ଯେ, ଏହି ଘଟଣା ମହାରାଷ୍ଟ୍ର ପାଇଁ ଧୋକ୍କା ।
ଭାଜପା ସାଂସଦ ହେଗଡେ କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ପାଇଁ ବହୁମତ ନଥାଇ ମଧ୍ୟ ଫଡନାଭିସଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବନାଯାଇଥିଲା । ସେ କହିଛନ୍ତି ଆପଣମାନେ ସମସ୍ତେ ଜାଣିଛନ୍ତି ଆମ ଲୋକ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ବନିଥିଲେ । ପରେ ସେ ଇସ୍ତଫା ଦେଇଥିଲେ । ହେଲେ ଏହି ଡ୍ରାମା କାହିିଁକି? କ’ଣ ଆମେ ଜାଣିନଥିଲୁ, ଆମ ନିକଟରେ ବହୁମତ ଅଛି ନା ନାହିଁ? ଏହି ପ୍ରଶ୍ନ ଏବେ ସମସ୍ତେ ପଚାରୁଛନ୍ତି ।
ହେଗଡେ କହିଛନ୍ତି ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ କେନ୍ଦ୍ରର ୪୦ହଜାର କୋଟି ଟଙ୍କା ଥିଲା । ସେ ଜାଣିଥିଲେ ଯେ, ଯଦି କଂଗ୍ରେସ-ରାକପା-ଶିବସେନାର ସରକାର ଗଠନ ହୁଏ ତେବେ ବିକାଶ ବଦଳରେ ଏହି ଅର୍ଥର ଦୂରୁପଯୋଗ ହେବ । ଏହି କାରଣରୁ ଏଭଳି ଡ୍ରାମା କରାଯାଇଥିଲା । ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ବନିଲେ ଏବଂ ୧୫ ଘଣ୍ଟା ମଧ୍ୟରେ କେନ୍ଦ୍ରକୁ ୪୦ ହଜାର କୋଟି ଟଙ୍କା ଫେରାଇ ଦେଲେ ।
ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ଶିବସେନା କଡ଼ା ପ୍ରତିକି୍ରୟା ଜାହିର କରିଛି । ଦଳର ପ୍ରବକ୍ତା ସଂଜୟ ରାଉତ ଟୁଇଟ୍‌ କରି କହିଛନ୍ତି ଯେ, ଭାଜପା ସାଂସଦ ଅନନ୍ତ କୁମାର କହିଛନ୍ତି ଯେ, ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ବନି ଫଡନାଭିସ୍‌ ମହାରାଷ୍ଟ୍ରର ୪୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଫେରାଇ ଦେଲେ? ଏହା ମହାରାଷ୍ଟ୍ର ସହ ଗଦ୍ଦାରୀ ଅଟେ ।
ପୂର୍ବ ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ ହେଗଡେଙ୍କ ଏହି ବୟାନକୁ ନେଇ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହିବା ସମୟରେ ଏପରି କୌଣସି ନୀତିଗତ ନିଷ୍ପତ୍ତି ନେଇନାହିଁ । ମୋ ଉପରେ ଯେଉଁ ଅଭିଯୋଗ ଅଣାଯାଉଛି ତାହା ମିଛ ଅଟେ । ଯେତେବେଳେ ମୁଁ କିଛି ଦିନ ପାଇଁ କେୟାର ଟେକର ମୁଖ୍ୟମନ୍ତ୍ରୀ ବନିଥିଲି ସେ ସମୟରେ କୌଣସି ନିଷ୍ପତ୍ତି ନେଇନାହିଁ । ବୁଲେଟ୍‌ ଟ୍ରେନ୍‌ ପରିଯୋଜନାରେ ମହାରାଷ୍ଟ୍ରର ଭୂମିକା କେବଳ ଜମି ଅଧିଗ୍ରହଣରେ ସୀମିତ । ଏଥିପାଇଁ କେନ୍ଦ୍ରରୁ କୌଣସି ପାଣ୍ଠି ମିଳିନାହିଁ କି ଏଥିରେ ରାଜ୍ୟର କୌଣସି ଯୋଗଦାନ ନାହିଁ । ଅଭିଯୋଗର ସ୍ପଷ୍ଟତା ଜାଣିବା ପାଇଁ ଅର୍ଥ ବିଭାଗ ଘଟଣାର ଯାଞ୍ଚ କରିପାରେ । ଯେଉଁ ଲୋକ ଏଭଳି ବୟାନ ଦେଉଛନ୍ତି ଏବଂ ଯେଉଁମାନେ ଏହି ବୟାନକୁ ନେଇ ପ୍ରତିକି୍ରୟା ଦେଉଛନ୍ତି ସେମାନେ ଉଭୟ ଭୁଲ୍‌ ଅଟନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*