ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷଙ୍କୁ ହତ୍ୟା,ମିଠେଇ ଡ଼ବାରେ ଛୁରି ନେଇଥିଲେ ଦୁର୍ବୃତ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲକ୍ଷ୍ନୌ

ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ଦିନ ଦ୍ୱିପ୍ରହରେ ନିଜ କାର୍ଯ୍ୟାଳୟରେ ହତ୍ୟା କରାଯାଇଛି । ପ୍ରଥମେ ଦୁର୍ବୃତ୍ତମାନେ ତାଙ୍କ ତଣ୍ଟି ଚିପିଥିଲେ ଓ ପରେ ଗୁଳି ମାରିଥିଲେ । କୁହାଯାଉଛି ଯେ, ସେମାନେ କମଲେଶଙ୍କୁ ତାଙ୍କ ଅଫିସ୍‌ରେ ଭେଟିଥିଲେ, ତାଙ୍କ ସହ ଚା’ ପିଇଥିଲେ । ଘଟଣା ଘଟାଇବା ପରେ ସେମାନେ ଫେରାର ହୋଇଯାଇଛନ୍ତି । କମଲେଶଙ୍କ କାର୍ଯ୍ୟାଳୟ ଲକ୍ଷ୍ନୌର ନାକା ଅଞ୍ଚଳରେ ଅଛି ।
ସୂଚନା ଅନୁସାରେ କମଲେଶ ତିୱାରୀଙ୍କୁ ଭେଟିବା ପାଇବା ପାଇଁ ତାଙ୍କ ଖୁର୍ସିଦବାଗ ସ୍ଥିତ କାର୍ଯ୍ୟାଳୟକୁ ଦୁଇଜଣ ବ୍ୟକ୍ତି ଆସିଥିଲେ । ସେମାନଙ୍କ ହାତରେ ମିଠା ଡବା ଥିଲା । ହେଲେ ଏହି ଡ଼ବା ଭିତରେ ଛୁରୀ ଓ ବନ୍ଧୁକ ଥିବା ମଧ୍ୟ କୁହାଯାଉଛି । ଏହି ଦୁଇଜଣ କମଲେଶଙ୍କ ସହ ଆଲୋଚନା କରିଥିଲେ ଏବଂ ଚା’ମଧ୍ୟ ପିଇଥିଲେ । ଘଟଣା ଜଣାପଡିବା ପରେ ତୁରନ୍ତ କମଲେଶଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହି ଦୁର୍ବୃତ୍ତମାନେ କମଲେଶଙ୍କୁ ଭେଟିବା ପୂର୍ବରୁ ମୋବାଇଲରେ କଲ୍‌ କରିଥିଲେ । ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ଏହି ଦୁଇଜଣ କମଲେଶଙ୍କ ଜଣାଶୁଣା ଥିଲେ ନା ନାହିଁ । ପୁଲିସ୍‌ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*